ଝୁଲ ପୋଲ ଉପରୁ ସେଲ୍‌ଫି ନେଉଥିଲେ, ନଦୀକୁ ଖସିପଡ଼ିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ଝୁଲ ପୋଲ ଉପରୁ ସେଲ୍‌ଫି ନେଉଥିଲେ, ନଦୀକୁ ଖସିପଡ଼ିଲେ

ରାୟଗଡ଼ା(ମନୋଜ ପାତ୍ର): ବିପଦପୂର୍ଣ୍ଣ ସେଲ୍‌ଫି ନନେବା ପାଇଁ ପରାମର୍ଶ ଦିଆଯାଉଛି। ଏହା ସତ୍ତ୍ୱେ ସେଲ୍‌ଫି ପ୍ରେମରେ ପାଗଳ ଯୁବପିଢ଼ି ଜୀବନକୁ ବାଜି ଲଗାଇ ସେଲ୍‌ଫି ନେବାକୁ ପଛାଉ ନାହାନ୍ତି। ଯାହାଫଳରେ ଅକାଳରେ ଝଡ଼ି ପଡ଼ୁଛି ଗୋଟିଏ ପରେ ଗୋଟିଏ ମୂଲ୍ୟବାନ୍ ଜୀବନ।

ଆଜି ଏମିତି ଏକ ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଦେଇ ପ୍ରବାହିତ ଝୁଲା ପୋଲରେ ଦେଖିବାକୁ ମିଳିଛି। ଝୁଲା ପୋଲରେ ସେଲ୍‌ଫି ନେଉଥିବା ବେଳେ ନଈକୁ ଖସି ପଡ଼ି ଜୀବନ ହାରିଛନ୍ତି ଜଣେ ପର୍ଯ୍ୟଟକ।

ଆଜି ଆନ୍ଧ୍ରପ୍ରଦେଶରୁ ୧୨ରୁ ୧୩ ଜଣ ଯୁବକ ରାୟଗଡ଼ା ମଝି ଘରିଆଣୀଙ୍କୁ ଦର୍ଶନ କରିବାକୁ ଆସିଥିଲେ। ମାଆଙ୍କୁ ଦର୍ଶନ କରିବା ପରେ ନାଗାବଳୀ ନଦୀର ଝୁଲା ପୋଲ ଓ ଆଖପାଖ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯାଇଥିଲେ।

ସେଥିରୁ ଟି.ଗଙ୍ଗାରାଜୁ ନାମକ ଜଣେ ଯୁବକ ଝୁଲା ପୋଲରେ ସେଲ୍‌ଫି ଉଠାଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଝୁଲ ପୋଲଠାରୁ କିଛି ଦୂରରେ ଗଙ୍ଗାରାଜୁଙ୍କ ମୃତଦେହ ଉଦ୍ଧାର କରିଥିଲେ।



from Odisha Reporter https://ift.tt/2qx7JJw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages