
ଅମୃତସର: ଅମୃତସରର ରାଜସାଂସି ଗାଁର ଏକ ପ୍ରାର୍ଥନାଗୃହ ଉପରେ ହୋଇଥିବା ଗ୍ରେନେଡ୍ ମାଡ଼ରେ ୩ଜଣ ପ୍ରାଣ ହରାଇଥିବା ବେଳେ ଆହତଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୧୦ରେ ପହଞ୍ଚିଛି। ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍ରେ ଆସିଥିଲେ ଏବଂ ଉଭୟଙ୍କ ମୁହଁ ଢଙ୍କାଯାଇଥିଲା। ନିରଙ୍କରୀ ଭବନଠାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସେମାନେ ଗ୍ରେନେଡ୍ ମାଡ଼ କରି ଫେରାର ହୋଇଯାଇଥିଲେ।
ଅମୃତସର ବିମାନବନ୍ଦରଠାରୁ ମାତ୍ର ୮ କିଲୋମିଟର ଦୂର ଏହି ସ୍ଥାନରେ ପ୍ରତ୍ୟେକ ରବିବାର ଏଭଳି କୀର୍ତ୍ତନ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ ଏବଂ ଏଥିପାଇଁ ଖୁବ୍ ଭିଡ଼ ଜମିଥାଏ। ଆଜିର କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ଜଣ ଶ୍ରଦ୍ଧାଳୁ ହଲ୍ ଭିତରେ ଥିଲେ।
ଏହି ହିଂସାକାଣ୍ଡରେ ଯଥାସମ୍ଭବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ୬ରୁ ୭ଜଣ ଜୈଶ୍-ଇ-ମହମ୍ମଦ ଆତଙ୍କୀ ଗତ କିଛି ଦିନ ହେଲା ପଞ୍ଜାବରେ ଲୁଚିଥିବା ନେଇ ହାଇ ଆଲର୍ଟ ଜାରି କରାଯିବା ପରେ ଏଭଳି ଘଟଣା ପଞ୍ଜାବରେ କୋକୁଆ ଭୟ ସୃଷ୍ଟି କରିଛି। ପୁଲିସ୍ ବର୍ତ୍ତମାନ ସିସିଟିଭି ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିବାର ପ୍ରୟାସ ଆରମ୍ଭ କରିଛି।
My heart goes out to victims of the Amritsar bomb blast & their families. My govt will give Rs 5 lakh to kin of each of the dead and free treatement to injured. Have asked district administration to extend all help.
— Capt.Amarinder Singh (@capt_amarinder) November 18, 2018
from Odisha Reporter https://ift.tt/2FomWH8
No comments:
Post a Comment