ସବୁ ସେଇ ପ୍ରଭୁଙ୍କର ଲୀଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 18, 2018

ସବୁ ସେଇ ପ୍ରଭୁଙ୍କର ଲୀଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଶୀତର ପହିଲି ସ୍ପର୍ଶରେ ସବୁଠି ଥଣ୍ଡାମୟ ପରିବେଶ । ଏଇ କୁଲ କୁଲ୍‌ ଭିତରେ ହଠାତ୍‌ ଏହି ପାଣିପାଗକୁ ଉଷ୍ମ କରିଦେଇଛି ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ। ନବକଳେବର ସମୟରେ ହୋଇଥିବା ବ୍ରହ୍ମ ବିଭ୍ରାଟକୁ ନେଇ ଏବେ ଚର୍ଚ୍ଚା ସରଗରମ। ବ୍ରହ୍ମ ବିଭ୍ରାଟକୁ ନେଇ ଯେମତି ଗୋଟିଏ ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି, ସେଥିରେ ପାୱାର କରିଡରର ମୌସୁମୀ ମଧ୍ୟ ହଲଚଲ ହୋଇଛି। ଘଟଣାର ପ୍ରାୟ ସାଢ଼େ ୩ ବର୍ଷ ପରେ ଏହାକୁ ନେଇ ୧୧ ଜଣଙ୍କୁ ନୋଟିସ୍‌ କରାଯିବା ପରେ ଏବେ ଜଣକ ପରେ ଜଣେ ମୁହଁ ଖୋଲୁଛନ୍ତି। ଆଉ ଦୀର୍ଘ ଦିନ ଧରି ଚାପି ହୋଇଥିବା ଏହି ଘଟଣା ପାଉଁଶ ତଳର ନିଆଁ ଭଳି ପଦାକୁ ଆସିଛି।

ପ୍ରଥମେ ବ୍ରହ୍ମ ବିଭ୍ରାଟ ନେଇ ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ଓ ଏବେ ଦଇତାପତି ନିଯୋଗ ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ର ଦାରୁ ଫିକ୍ସିଂ ବାବଦରେ ସମାନ ଅଭିଯୋଗ ଆଶିଛନ୍ତି। ମାନେ ନବେକଳବର ବେଳେ ଦାରୁ ଚୟନରେ ଟଙ୍କା କାରବାର ହୋଇଛି। ଯିଏ ଟଙ୍କା ଦେଲା, ତାଙ୍କ ଦାରୁ ଚିହ୍ନଟ ହୋଇଛି। ହେଲେ ଏତେ ସବୁ ଘଟଣା ବଖାଣିବା ବେଳେ ଉପରେ ପ୍ରକାଶିତ ଫଟୋ ସହ ଏହାର କଣ ସମ୍ପର୍କ ରହିଛି ? ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବ। ହେଲେ ଆପଣ ଏହି ଫଟୋ ଦେଖି ସେମିତି କିଛି ଭାବନ୍ତୁ ନାହିଁ। ଏହି ଫଟୋ ହେଉଛି ସେହି ନବକଳେବର ସମୟର, ଯେଉଁ ସମୟରେ ବିଧାୟକ ବାବୁ ଅରୁଣ କୁମାର ସାହୁ ଆଇନମନ୍ତ୍ରୀ ଥିଲେ। ଶବରପଲ୍ଲୀରେ ବାବୁଙ୍କର ଏହି ଶୟନ ମୁଦ୍ରା ଫଟୋଟି ବି ସେତେବେଳେ ଭାରି ଚର୍ଚ୍ଚା ହୋଇଥିଲା। ଆଉ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ନବକଳେବର ପାଇଁ ବିଜେଡି ସରକାର କେତେ ତୟାର ଥିଲେ ତାହା ଏହି ଫଟୋ ପୋଜ୍‌ ଦେଖିଲେ ଅନୁମାନ କରିହେଉଛି। ବିଜେଡି ସରକାର ସମୟରେ ଯେଉଁଥିରେ ଯେତେ ଦୁର୍ନୀତି ହେଉ ଅବା ହେରଫେର ହେଉ ଚଳିବ। ହେଲେ କୋଟି କୋଟି ଭକ୍ତଙ୍କ ଅରାଧ୍ୟ ଦେବତା ତଥା ଓଡ଼ିଆ ଜାତିର ମଉଡ଼ମଣି କାଳିଆ ଠାକୁରର ନବକଳେବର ଯେମିତି କୌଣସି ବିଶୃଙ୍ଖଳା ନହୁଏ ସେଥିପ୍ରତି ବିଜେଡି ବୋଧ ହୁଏ ପୂରାପୁରି ସତର୍କ ଥିଲା ତାହା ଏହି ଫଟୋରୁ କିଛିଟା ବାରି ହେଉଛି। ନଚେତ କଣ ଶବରପଲ୍ଲୀରେ ମନ୍ତ୍ରୀଙ୍କର ଏମିତି ଉପସ୍ଥିତିର ଫଟୋ ଭାଇରାଲ ହୋଇଥାନ୍ତା ନା କ’ଣ?

ସେତେବେଳେ ପ୍ରସ୍ତୁତିକୁ ଦେଖି ଲାଗୁଥିଲା ଯେ, ଦାରୁ ଚୟନଠାରୁ ବ୍ରହ୍ମ ପରିବର୍ତ୍ତନ ପର୍ଯ୍ୟନ୍ତ ଯେମିତି ସବୁ କିଛି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପ୍ରତି ସରକାର ଏକଦମ ମନଧ୍ୟାନ ଲଗାଇଦେଇଥିଲେ। କାରଣ ସମଗ୍ର ବିଶ୍ୱର ଦେବତା ଜଗନ୍ନାଥଙ୍କ ନବକଳେବର ହେଉଛି ଭାବମୂର୍ତ୍ତିର କଥା। ଓଡ଼ିଆ ଜାତିର ଗର୍ବ ଗୌରବ ଓ ସମ୍ମାନର କଥା। ହେଲେ ବୋଧ ହୁଏ ସରକାରଙ୍କର ଏତେ ଭକ୍ତି ଓ ଦରଦ ବୋଧହୁଏ ମହାପ୍ରଭୁଙ୍କୁ ମଞ୍ଜୁର ନଥିଲା। ସେତ ଲୀଳାମୟ ପୁରୁଷ। ତାଙ୍କ ମାୟା ବଡ଼ ବିଚିତ୍ର। ଯେମିତି ସେଦିନ ବସୁଦେବ ନିଜର ଅଷ୍ଟମ ପୁତ୍ରକୁ( ଶ୍ରୀକୃଷ୍ଣ) କଂସର କାରାଗାରରୁ ମୁକ୍ତ କରି ଆଣୁଥିବା ବେଳେ ତାଙ୍କରି ଲୀଳାରୁ କେମିତି ତାଙ୍କ ଗୋଡ଼ରେ ବନ୍ଧା ଯାଇଥିବା ବେଡ଼ି ଆପେ ଆପେ ଖୋଲିଯାଇଥିଲା। କାରାଗାରର ଦୁଆର ମନକୁ ମନ ଖୋଲିଯାଇଥିଲା। ଆଉ ଦ୍ୱାରପାଳ ସବୁ ବେହୋସ୍‌ ହୋଇପଡ଼ିଥିଲେ। ସେମିତି ତାଙ୍କର ଇଚ୍ଛା। କେତେବେଳେ କ’ଣ ଘଟିବ କଣ କିଛି କହିହେବ। ଆଉ ଗତ ନବକଳେବରର ଯାହା ସବୁ ଘଟିଲା କହିହେବ, ବୋଧହୁଏ ଏସବୁ ମଧ୍ୟ ତାଙ୍କରି ଲୀଳା ଥିଲା। ମନ୍ତ୍ରୀ ଓ ସରକାର ଯେତେ ଆଲର୍ଟ ରହିଲେ ବି ଦାରୁ ଖୋଜାରେ ଦୁର୍ନୀତି ହୋଇଗଲା।



from Odisha Reporter https://ift.tt/2qR1hgP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages