ଡାହାଣ ହାତରେ ଭୋଜନ କରିବା ଶୁଭ କାହିଁକି, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 2, 2018

ଡାହାଣ ହାତରେ ଭୋଜନ କରିବା ଶୁଭ କାହିଁକି, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଶରୀରର ଡାହାଣ ଅଂଶକୁ ଶୁଭ ବୋଲି କୁହାଯାଇଥାଏ। କୌଣସି ଶୁଭ କାମ କରିବା ସମୟରେ ପରମ୍ପରା ଅନୁସାରେ ଡାହାଣ ହାତରେ ହିଁ ସେହି କାମକୁ ସମ୍ପନ୍ନ କରାଯାଇଥାଏ।

ପୂଜାପାଠରେ ମଧ୍ୟ ଶରୀରର ଡାହାଣ ଅଂଶକୁ ସର୍ବପ୍ରଥମେ ବ୍ୟବହାର କରାଯାଇଥାଏ। ଏହା ସହିତ ଆଳତୀ ଓ ଯଜ୍ଞ ସମୟରେ ମଧ୍ୟ ଡାହାଣ ହାତର ବ୍ୟବହାର କରାଯାଇଥାଏ।
ଏହା ବ୍ୟତୀତ ସର୍ବଦା ଆମକୁ ଡାହାଣ ହାତରେ ଖାଇବା ପାଇଁ କୁହାଯାଇଥାଏ।

କ’ଣ ଆପଣ ଜାଣିଛନ୍ତି, ଏପରି କାହିଁକି କୁହାଯାଇଥାଏ। ହିନ୍ଦୁ ଧର୍ମରେ ଡାହାଣ ହାତକୁ କାହିଁକି ଶୁଭ ବୋଲି କୁହାଯାଇଥାଏ। ତେବେ ଆସନ୍ତୁ ଜାଣିବା, ଶରୀରର ଡାହାଣ ଭାଗକୁ ଶୁଭ କାହିଁକି କୁହାଯାଇଥାଏ। ଶାସ୍ତ୍ରରେ ମଣିଷ ଶରୀରର ବାମ ଭାଗକୁ ସ୍ତ୍ରୀମାନଙ୍କ ପ୍ରତୀକ ବୋଲି କୁହାଯାଇଛି ଏବଂ ଡାହାଣ ଭାଗକୁ ପୁରୁଷଙ୍କ ପ୍ରତୀକ ବୋଲି କୁହାଯାଇଛି।

ଏହି କଥାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ ଭଗବାନ ଶଙ୍କରଙ୍କର ଅର୍ଦ୍ଧନାରୀଶ୍ୱର ରୂପକୁ ଦେଖାଯାଇଥାଏ। ଶିବଙ୍କର ଏହି ରୂପରେ ଡାହାଣ ଭାଗକୁ ଭଗବାନ ଶଙ୍କର ଓ ବାମ ଭାଗକୁ ମାତା ପାର୍ବତୀ ରୂପରେ ଦର୍ଶାଯାଇଛି।

ହିନ୍ଦୁ ଧର୍ମରେ ଭୋଜନକୁ ଯଜ୍ଞ ସହିତ ତୁଳନା କରାଯାଇଛି। ଶାସ୍ତ୍ର ଅନୁସାରେ ମନୁଷ୍ୟ ଭୋଜନ କରିବା ସମୟରେ ଶରୀର ଯଜ୍ଞ କରିଥାଏ। ଏହି କାରଣରୁ ଭୋଜନ କରିବା ସମୟରେ ଡାହାଣ ହାତକୁ ବ୍ୟବହାର କରିବା ପାଇଁ କୁହାଯାଇଥାଏ।

ଏହା ମଧ୍ୟ କୁହାଯାଏ ଯେ, ଡାହାଣ ହାତରେ ସୂର୍ଯ୍ୟଙ୍କର ନାଭି ପ୍ରତିନିଧିତ୍ୱ କରିଥାଏ। ଏଥିପାଇଁ ସିଧା ହାତରେ ଭୋଜନ କଲେ ଶରୀରକୁ ଅଧିକ ଶକ୍ତି ମିଳିଥାଏ। ଏହା ସହିତ ଖାଦ୍ୟ ଶରୀରରେ ଶୀଘ୍ର ହଜମ ହୋଇଥାଏ। ଶାସ୍ତ୍ର ଅନୁସାରେ ବାମ ହାତରେ ଭୋଜନ କଲେ ଶରୀରକୁ ସମ୍ପୂର୍ଣ୍ଣ ଭୋଜନ ମିଳିପାରେ ନାହିଁ।
କୁହାଯାଏ କି କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ଡାହାଣ ହାତରେ କରିବା ଦ୍ୱାରା ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ଏହା ସହିତ ଶରୀରକୁ ମଧ୍ୟ ସମ୍ପୂର୍ଣ୍ଣ ଶକ୍ତି ମିଳିପାରିଥାଏ।



from Odisha Reporter https://ift.tt/2CWmX2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages