
ନୂଆଦିଲ୍ଲୀ: ଦିଲ୍ଲୀର ବାୱାନା ଅଞ୍ଚଳରେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା ଘଟଣାର ରହସ୍ୟ ଉପରୁ ପୁଲିସ୍ ପର୍ଦ୍ଦା ଉଠାଇବାରେ ସକ୍ଷମ ହୋଇଛି। ପରକୀୟାପ୍ରୀତିରୁ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଏଭଳି ହତ୍ୟା କାଣ୍ଡ ଘଟାଇଥିବା ପୁଲିସ୍ ଜାଣିବାକୁ ପାଇଛି। ଏଥିସହ ପୁଲିସ୍ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ମନଜୀତ ଓ ତାଙ୍କ ମଡେଲ୍ ଗାର୍ଲଫ୍ରେଣ୍ଡ ଆଞ୍ଜେଲ ଗୁପ୍ତାଙ୍କୁ ଗିରଫ କରିଛି। ପୁଲିସ୍ ଏହି ଘଟଣାରେ ଆଞ୍ଜେଲଙ୍କ ବାପା ରାଜୀବଙ୍କୁ ମଧ୍ୟ ହେପାଜତକୁ ନେଇଛି।
ରୋହିଣୀର ଡେପୁଟି କମିଶନର କହିଛନ୍ତି, ଶିକ୍ଷୟିତ୍ରୀ ସୁନୀତା ତାଙ୍କ ସ୍ୱାମୀ ମନ୍ଜୀତ୍ ଆଞ୍ଜେଲଙ୍କ ସହ ସମ୍ପର୍କକୁ ବିରୋଧ କରୁଥିଲେ। ଖାସ ସେଥିପାଇଁ ଉଭୟ ମିଶି ସୁନୀତାଙ୍କୁ ରାସ୍ତାରୁ ହଟାବାକୁ ହତ୍ୟା କରିଛନ୍ତି। ତେବେ ସୁନୀତାଙ୍କ ଉପରକୁ କିଏ ଗୁଳି ଚଳାଇଲା, ସେ ସମ୍ପର୍କରେ ପୁଲିସ୍ କୌଣସି ସୂଚନା ଦେଇନାହିଁ।
ଜଣେ ପୁଲିସ୍ ଅଫିସର ନିଜ ନାଁ ଗୋପନ ରଖି କହିଛନ୍ତି, ପୁଲିସ୍ ଏବେ ସୁନୀତାଙ୍କୁ ହତ୍ୟା କରିବାକୁ କୌଣସି କଣ୍ଟ୍ରାକ୍ଟ କିଲର୍ ଆସିଥିଲେ କି ନାହିଁ, ତା’ର ତଦନ୍ତ କରୁଛି।
ସୋମବାର ଦିନ ହରିଆଣାର ସୋନପେଟ୍ର ଏକ ପ୍ରାଥମିକ ଶିକ୍ଷା କେନ୍ଦ୍ରରେ କାର୍ଯ୍ୟ କରୁଥିବା ସୁନୀତାଙ୍କ ମୃତଦେହ ବାୱାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ତାଙ୍କ ଗୁଳିବିଦ୍ଧ ଶରୀର ସ୍କୁଟି ଉପରେ ପଡ଼ିଥିବା ଦେଖି ଜଣେ ବ୍ୟକ୍ତି ପୁଲିସ୍ କଣ୍ଟ୍ରୋଲ ରୁମ୍କୁ ଖବର ଦେଇଥିଲେ।
from Odisha Reporter https://ift.tt/2CWMp7C
No comments:
Post a Comment