ଡାଇବେଟିସ୍‌ ଦିବସରେ ସଚେତନତାର ମନ୍ତ୍ର ବାଣ୍ଟିଲେ ଅଭିନେତ୍ରୀ ପୁନମ୍‌ ମିଶ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଡାଇବେଟିସ୍‌ ଦିବସରେ ସଚେତନତାର ମନ୍ତ୍ର ବାଣ୍ଟିଲେ ଅଭିନେତ୍ରୀ ପୁନମ୍‌ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆଜି ବିଶ୍ୱ ଡାଇବେଟିସ୍‌ ଦିବସ। ମଧୁମେହ ରୋଗ ଓ ଏହାର ନିରାକରଣ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଚି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଏହି ଦିନ ବିଭିନ୍ନ ଶୋଭାଯାତ୍ରା ଏବଂ ଆଲୋଚନାଚକ୍ର ଜରିଆରେ ଡାଇବେଟିସ୍‌ ରୋଗ ସମ୍ପର୍କରେ ଲୋକଙ୍କ ମନରେ ଥିବା କିଛି ଭ୍ରାନ୍ତ ଧାରଣା ଦୂର କରାଯାଏ।

ଆଜିର ଦିନରେ ଡାଇବେଟିସ୍‌ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ଓଲିଉଡ୍‌ କଳାକାରମାନଙ୍କ ମଧ୍ୟରେ ବି ଢେର୍‌ ଉତ୍ସାହ ଦେଖିବାକୁ ମିଳିଛି।

 କିଏ ଭିଡିଓ ମେସେଜ୍‌ ଜରିଆରେ ତ ଆଉ କିଏ ବିଭିନ୍ନ ଶୋଭାଯାତ୍ରାରେ ସାମିଲ୍‌ ହୋଇ ଲୋକଙ୍କୁ ଡାଇବେଟିସ୍‌ ସମ୍ପର୍କରେ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି।

ଓଲିଉଡ୍‌ ଅଭିନେତ୍ରୀ ପୁନମ୍‌ ମିଶ୍ର ମଧ୍ୟ ଆଜି ଆପୋଲୋ ହସ୍ପିଟାଲ୍‌ କର୍ମଚାରୀମାନଙ୍କ ସହ ମିଶି ଡାଇବେଟିସ୍‌ ସଚେତନତା ଶୋଭାଯାତ୍ରାରେ ବାହାରିଥିଲେ ଏବଂ ଲୋକଙ୍କୁ ଡାଇବେଟିସ୍‌ ରୋଗ ସମ୍ପର୍କରେ ସଚେତନ କରାଇଥିଲେ। ପୁନମ୍‌ଙ୍କ ସହ ଏହି ଶୋଭାଯାତ୍ରାରେ ଓଲିଉଡ୍‌ ଅଭିନେତ୍ରୀ ନିହାରିକା ଦାଶ ମଧ୍ୟ ସାମିଲ୍‌ ହୋଇଥିଲେ।



from Odisha Reporter https://ift.tt/2OJ1qMy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages