ଡିଜିପିଙ୍କ ଆଶ୍ୱାସନା ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇଲେ ଆଇନ୍‌ଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଡିଜିପିଙ୍କ ଆଶ୍ୱାସନା ସତ୍ତ୍ୱେ ଆନ୍ଦୋଳନକୁ ଓହ୍ଲାଇଲେ ଆଇନ୍‌ଜୀବୀ

ଭଞ୍ଜନଗର (ଓଡ଼ିଶା ରିପୋର୍ଟର): କଟକରେ ଆଇନ୍‌ଜୀବୀ ଓ ପୁଲିସ ବିବାଦ ସମାଧାନ ହୋଇଯାଇଛି। ହେଲେ ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ବିବାଦ ଥମିବାର ନାଁ ନେଉଛି। ଆଜି ଘଟଣାର ପୁଲିସ ଡିଜି ତଦନ୍ତ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଆଇନ୍‌ଜୀବୀମାନେ ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଛି।

ଗତକାଲି ଏକ ବିବାଦୀୟ ରାସ୍ତା ସମ୍ପର୍କରେ ଆଲୋଚନା ପାଇଁ ଆଇନ୍‌ଜୀବୀ ହରପ୍ରସାଦ ଦାସ ଥାନାକୁ ଯାଇଥିଲେ। ଏହି ସମୟରେ ପୁଲିସ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଆଇନ୍‌ଜୀବୀଙ୍କୁ ଥାନାଧିକାରୀ ଓ ପୁଲିସ କର୍ମଚାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଅଭିଯୋଗ ହେବା ପରେ ଆଜି ଦକ୍ଷିଣାଞ୍ଚଳ ଡିଆଇଜି ଓ ଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏନେଇ ତଦନ୍ତ ରିପୋର୍ଟ ଦେବେ। ଏହାପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ବୁଗୁଡ଼ାରେ ଆଇନ୍‌ଜୀବୀଙ୍କୁ ଥାନାଧିକାରୀଙ୍କ ମାଡ଼ ଘଟଣାରେ ରୁଜୁ ହୋଇଥିବା ମାମଲାକୁ ବି ତଦନ୍ତ କରାଯିବ ବୋଲି ଡିଜି କହିଛନ୍ତି।

ସେପଟେ ଘଟଣାକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଭଞ୍ଜନଗର ଓ ବୁଗୁଡ଼ା ଆଇନ୍‌ଜୀବୀ ସଂଘ। ଆଜି ସଂଧ୍ୟାରେ ଗଞ୍ଜାମ ଜିଲ୍ଲାର ସବୁ ଆଇନ୍‌ଜୀବୀ ସଂଘକୁ ନେଇ ବୈଠକ ବସିବ। ଏହାପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ସଂଘ କହିଛି।



from Odisha Reporter https://ift.tt/2zaJg1w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages