ନ୍ୟୁଜିଲ୍ୟାଣ୍ଡର ଇନିଂସ ପରାଜୟ, ପାକ୍ ସହ ସିରିଜ୍‌ ୧-୧ରେ ବରାବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 27, 2018

ନ୍ୟୁଜିଲ୍ୟାଣ୍ଡର ଇନିଂସ ପରାଜୟ, ପାକ୍ ସହ ସିରିଜ୍‌ ୧-୧ରେ ବରାବର

ଦୁବାଇ: ରିଷ୍ଟ ସ୍ପିନର ୟାସିର ଶାହାଙ୍କ ଘାତକ ବୋଲିଂ ଓ ବାବର ଆଜାମଙ୍କ ଡେବ୍ୟୁ ଶତକ ବଳରେ ପାକିସ୍ତାନ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ଗୋଟିଏ ଇନିଂସ୍‌ ଓ ୧୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ୩ଟିକିଆ ସିରିଜ୍‌ରେ ୧-୦ରେ ପଛରେ ଥିବା ପାକିସ୍ତାନ ଏବେ ସ୍ଥିତିକୁ ୧-୧ରେ ବରାବର କରିଛି। ପାକିସ୍ତାନ ପକ୍ଷରୁ ଶାହା ଦୁଇଟି ଯାକ ଇନିଂସ୍‌ରେ ୧୪ଟି ୱିକେଟ ଦଖଲ କରିଥିବାରୁ ମ୍ୟାନ୍‌ ଅଫ୍‌ଦି ମ୍ୟାଚ୍‌ ବିବେଚିତ୍ତ ହୋଇଛନ୍ତି।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ତା’ର ପ୍ରଥମ ଇନିଂସ୍‌ରେ ହରିଶ ସୋହେଲଙ୍କ ୧୪୭ ଓ ବାବର ଆଜାମଙ୍କ ଅପରାଜିତ ୧୨୭ ରନ୍‌ ବଳରେ ୫ ୱିକେଟ୍‌ରେ ୪୨୮ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା।

ପାକିସ୍ତାନର ପ୍ରଥମ ଇନିଂସ୍‌ର ଜବାବ୍‌ରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ବିନା ୱିକେଟ୍‌ରେ ୫୦ ରନ୍‌ କରି ଭଲ ଆରମ୍ଭ କରିଥିଲା। କିନ୍ତୁ ୟାସିର ଶାହା ବୋଲିଂ ଆରମ୍ଭ କରିବା କ୍ଷଣି ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା। ୟାସିର ଶାହା ଏକାକୀ ୮ ଜଣ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଫଳରେ ଦଳ ମାତ୍ର ୯୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ପ୍ରଥମ ଇନିଂସ୍‌ରେ ନ୍ୟୁଜିଲ୍ୟାଣ୍ଡ ୩୨୮ ରନ୍‌ରେ ପଛରେ ରହିଥିବାରୁ ପାକିସ୍ତାନ୍‌ ଫଲୋଅନ୍‌ ଦେଇଥିଲା।

ଏଥିଯୋଗୁ ନ୍ୟୁଜିଲ୍ୟାଣ୍ଡ ପୁଣି ତା’ର ଦ୍ୱିତୀୟ ଇନିଂସ୍‌ ବ୍ୟାଟିଂ କରିଥିଲା। ତେବେ ୟାସିର ଶାହା ପୁଣି ଘାତକ ସାଜି ଗତକାଲିର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ୍‌ ୱିଲିମସନ ଓ ଜିତ୍‌ ରାଭାଲଙ୍କୁ ପ୍ୟାଭିଲିୟନ୍‌ ପଠାଇ ଦେଇଥିଲେ। ଆଜି ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ୍‌ ରସ୍‌ ଟେଲର(୮୨), ହେନରୀ ନିକୋଲ୍ସ(୭୭) ଓ ଟମ୍‌ ଲାଥମ(୫୦) ଲଢ଼େଇ କରିଥିଲେ ହେଁ ୟାସିର ପୁଣି ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ତାଙ୍କୁ ଦ୍ରୁତ ବୋଲର ହାସନ ଅଲ୍ଲୀ ଭରପୂର ସହଯୋଗ କରିଥିଲେ।

ଦ୍ୱିତୀୟ ଇନିଂସରେ ୟାସିର ଶାହା ୬ଟି ୱିକେଟ୍‌ ନେଇଥିବା ବେଳେ ହାସନ ଅଲ୍ଲୀ ୩ଟି ଓ ବିଲାଲ ଆସିଫ୍‌ ଗୋଟିଏ ୱିକେଟ୍‌ ପାଇଛନ୍ତି।

ପ୍ରଥମ ଟେଷ୍ଟ୍‌ରେ ପାକିସ୍ତାନ ରୋମାଞ୍ଚକର ସ୍ଥିତିରେ ୪ ରନ୍‌ରେ ପରାସ୍ତ ହୋଇଥିଲା।



from Odisha Reporter https://ift.tt/2BBGiox

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages