୭ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଟିମ୍ ଗଢ଼ିଲେ ଏନଜିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

୭ଟି ହାତୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଟିମ୍ ଗଢ଼ିଲେ ଏନଜିଟି

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଢେଙ୍କାନାଳର କମଳାଙ୍ଗ ଗାଁ ନିକଟରେ ବିଦ୍ୟୁତ ତାର ଲାଗି ୭ଟି ହାତୀ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଏକ କମିଟି ଗଠନ କରିଛନ୍ତି। ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠ ଏହି କମିଟି ଗଠନ କରିଛନ୍ତି । କମିଟିରେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ପ୍ରତିନିଧି, ଡେରାଡୁନସ୍ଥିତ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପ୍ରତିନିଧି, ହାତୀ ପ୍ରୋଜେକ୍ଟର ନିର୍ଦ୍ଦେଶକ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ(ଓଡ଼ିଶା)ଙ୍କୁ ନେଇ ଗଠିତ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିବ।

କେଉଁ ପରିସ୍ଥିତିରେ ହାତୀଙ୍କ ମୃତ୍ୟୁ ହେଲା ଓ ଭବିଷ୍ୟତରେ ଏହାକୁ କିଭଳି ଏଡ଼ାଇ ହେବ ତା’ର ଅନୁଧ୍ୟାନ କରି ଏହି ଟିମ ରିପୋର୍ଟ ଦେବ। ଏହାକୁ ଆଧାର କରି ସମଗ୍ର ଦେଶରେ ବନ୍ୟପ୍ରାଣୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏନଜିଟି କହିଛନ୍ତି।ଏହି ଟିମର ସଂଯୋଜକ ଭାବେ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟର ପ୍ରତିନିଧି କାର୍ଯ୍ୟ କରିବେ। ଦୁଇ ସପ୍ତାହ ମଧ୍ୟରେ ଏହି ଟିମ୍ ଘଟଣାସ୍ଥଳକୁ ଯାଇ ଆବଶ୍ୟକ ତଦନ୍ତ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଏନଜିଟି ପୂର୍ବରୁ ତାଙ୍କ ନିର୍ଦ୍ଦେଶରେ ସପ୍ତାହକ ମଧ୍ୟରେ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନଙ୍କ ପାଖରେ ୧କୋଟି ଟଙ୍କା ଦାଖଲ କରିବାକୁ ସେସୁ(ବିଦ୍ୟୁତ କମ୍ପାନୀ)କୁ ନିର୍ଦ୍ଦେଶ ଦେଇଥିଲେ । ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ପାଖରେ ନିଜର ପକ୍ଷ ରଖିବାକୁ ମଧ୍ୟ ସେସୁକୁ କହିଥିଲେ । ସୂଚନାଯୋଗ୍ୟ, ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳର କମଳାଙ୍ଗରେ ବିଦ୍ୟୁତ ଆଘାତରେ ୭ଟି ହାତୀ ପ୍ରାଣ ହରାଇଥିଲେ ।



from Odisha Reporter https://ift.tt/2DjoC2I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages