ଆସାମ ଏନ୍‌ଆର୍‌ସି ତାଲିକା: ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ଆସାମ ଏନ୍‌ଆର୍‌ସି ତାଲିକା: ଆବେଦନର ଶେଷ ତାରିଖ ଡିସେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସାମ ନ୍ୟାଶନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନସ୍‌ (ଏନ୍‌ଆର୍‌ସି)ରୁ ତାଲିକାର ବାଦ ପଡ଼ିଥିବା ଲୋକଙ୍କ ଆବେଦନ ସମୟସୀମାକୁ ଆସି ସୁପ୍ରିମକୋର୍ଟ ଡିସେମ୍ବର ୧୫ ଯାଏ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆବେଦନକାରୀ ସେମାନଙ୍କ ଆପତ୍ତି ଓ ଅଭିଯୋଗ ଏନ୍‌ଆରସି ଅଫିସ୍‌ରେ ଦାଖଳ କରିପାରିବେ।

ଏଥିସହ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପୂର୍ବରୁ ନାଗରିକତ୍ୱ ପାଇଁ ଗ୍ରହଣ କରାଯାଉ ନଥିବା ୫ଟି ଦସ୍ତାବିଜ୍‌କୁ ଏବେ ଗ୍ରହଣ କରିବାକୁ ଏନ୍‌ଆର୍‌ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦସ୍ତାବିଜ୍‌ ଗୁଡ଼ିକ ହେଲା, ୧୯୫୧ର ଏନ୍‌ଆରସି, ୧୯୬୬ର ଭୋଟର ପରିଚୟପତ୍ର, ୧୯୭୧ ଭୋଟର୍‌ ପରିଚୟପତ୍ର, ୧୯୭୧ ଯାଏ ଶରଣାର୍ଥୀ ପଞ୍ଜୀକରଣ ପ୍ରମାଣପତ୍ର ଓ ୧୯୭୧ ଯାଏ ଦିଆଯାଇଥିବା ରାସନ କାର୍ଡ। ଏହାପୂର୍ବରୁ ୧୯୭୧ ମସିହା ମାର୍ଚ୍ଚ ୩୧ ଯାଏ ଲୋକଙ୍କୁ ବିଭିନ୍ନ ସରକାରୀ ଅଫିସ୍‌ ଓ କର୍ପୋରେସନ୍‌ ପକ୍ଷରୁ ଦିଆଯାଇଥିବା ୧୦ ପ୍ରକାରର ଦସ୍ତାବିଜ୍‌କୁ ଏନ୍‌ଆର୍‌ସି ପକ୍ଷରୁ ନାଗରିକତ୍ୱର ବିଚାର ପାଇଁ ଗ୍ରହଣ କରାଯାଉ ଥିଲା।

ସେହିପରି ସର୍ବୋଚ୍ଚ ଅଦାଲତ ଜାନୁଆରୀ ୧୫ ସୁଦ୍ଧା ନୋଟିସ୍‌ ଏବଂ ଫେବୃଆରୀ ୧ ସୁଦ୍ଧା କାଗଜପତ୍ର କାମ ଶେଷ କରିବାକୁ ଏନ୍‌ଆର୍‌ସିକୁ କହିଛନ୍ତି।



from Odisha Reporter https://ift.tt/2Qbq6z7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages