ଶତ୍ରୁର ଶତ୍ରୁ ବନ୍ଧୁ ନ୍ୟାୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥ କାର୍ଯ୍ୟକ୍ରମକୁ ଯିବେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଶତ୍ରୁର ଶତ୍ରୁ ବନ୍ଧୁ ନ୍ୟାୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ଶପଥ କାର୍ଯ୍ୟକ୍ରମକୁ ଯିବେ ମୋଦି

ନୂଆଦିଲ୍ଲୀ: ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ତଥା ପାଞ୍ଚବର୍ଷ ହେଲା ଭାରତକୁ ନାଲିଆଖି ଦେଖାଉଥିବା ଅବଦୁଲ୍ଲା ୟାମୀନ୍‌ଙ୍କୁ ପରାସ୍ତ କରିଥିବା ଇବ୍ରାହିମ୍‌ ମହମ୍ମଦ ସୋଲିହ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସୋଲିହ ୟାମୀନ୍‌ଙ୍କ ଶତ୍ରୁ ହୋଇଥିବାରୁ ଭାରତ ତାଙ୍କ ସହ ବନ୍ଧୁତାର ଡୋରି ବାନ୍ଧିବାକୁ ଚେଷ୍ଟା କରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ୱୀପ ଗସ୍ତରେ ଯାଇ ଇବ୍ରାହିମ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ସେପ୍ଟେମ୍ବର ୨୩ରେ ପ୍ରକାଶ ପାଇଥିଲା। ଏଥିରେ ଚୀନ୍‌ ସମର୍ଥିତ ୟାମୀନ୍‌ଙ୍କୁ ମହାମେଣ୍ଟର ପ୍ରାର୍ଥୀ ଇବ୍ରାହିମ୍‌ ବୃହତ ବ୍ୟବଧାନରେ ପରାସ୍ତ କରିଥିଲେ। ତେବେ ସେ ଆସନ୍ତା ୧୭ ତାରିଖରେ ମାଳଦ୍ୱୀପର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ମୋଦି ସେଠାକୁ ଯିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଏଥିସହ ମୋଦି ତ୍ରୟୋଦଶ ଇଷ୍ଟ୍‌ ଏସିଆ ସମ୍ମିଳନୀ ଏବଂ ଅନ୍ୟ କିଛି ବୈଠକ ପାଇଁ ନଭେମ୍ବର ୧୪ ଓ ୧୫ରେ ସିଙ୍ଗାପୁର ଗସ୍ତ କରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ୟାମୀନ୍‌ ମାଳଦ୍ୱୀପର ରାଷ୍ଟ୍ରପତି ଥିବା ବେଳେ ଭାରତକୁ ଅନେକ ଥର ଧମକ ଦେବା ସହ ଭାରତ ଦେଇଥିବା ହେଲିକପ୍ଟର ଏବଂ ଅନ୍ୟାନ୍ୟ ସହାୟତାକୁ ଫେରାଇ ନେବାକୁ କହିଥିଲେ। ଚୀନ୍‌ କଥାରେ ପଡ଼ି ସେ ଏଭଳି କରୁଥିଲେ ବୋଲି ଭାରତ ଅଭିଯୋଗ କରିଆସୁଥିଲା।



from Odisha Reporter https://ift.tt/2zB0KDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages