ଚଳନ୍ତା ହଣ୍ଡା ସିଟି କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 9, 2018

ଚଳନ୍ତା ହଣ୍ଡା ସିଟି କାର୍‌ରେ ଲାଗିଲା ନିଆଁ, ଆଉ ତା’ ପରେ, ଦେଖନ୍ତୁ ଭିଡିଓ

ଗୁରୁଗ୍ରାମ: କାର୍‌ରେ ନିଆଁ ଲାଗିଯିବା କିଛି ନୂଆ କଥା ନୁହେଁ। କିନ୍ତୁ ଏକ ଦ୍ରୁତଗାମୀ ହଣ୍ଡାସିଟି କାରରେ ନିଆଁ ଲାଗିବା ପରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଜଣଙ୍କ କେମତି ତା
ଭିତରୁ ଡିଆଁ ମାରି ଅଳ୍ପକେ ରକ୍ଷା ପାଇଯାଉଛନ୍ତି, ତା’ର ଲାଇଭ ଭିଡିଓ ଦେଖିବାକୁ ଆପଣ ନିଶ୍ଚୟ ଚାହିଁବେ।

ଦିଲ୍ଲୀ ଏନ୍‌ସିଆର ଅନ୍ତର୍ଗତ ଗୁରୁଗ୍ରାମ ଫ୍ଲାଏଓଭର୍‌ରେ ଏଭଳି ଏକ ଘଟଣା ଘଟିଛି। ଦୀପାବଳି ଉପଲକ୍ଷେ ରାକେଶ ନାମକ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ମିଠା ବାଣ୍ଟିବାକୁ ଯାଉଥିଲେ। ହେଲେ ହଠାତ ସେ ଚଳାଉଥିବା ହଣ୍ଡା ସିଟି କାର୍‌ଟି ଗୁରୁଗ୍ରାମ ଫ୍ଲାଏଓଭର୍‌ରେ ପହଞ୍ଚିବା କ୍ଷଣି ଏଥିରୁ ଧୂଆଁ ବାହାରିଥିଲା। ଏଥିରେ ଭୟଭୀତ ହୋଇ ରାକେଶ ଚଳନ୍ତା କାର୍‌ରୁ ଡେଇଁ ପଡ଼ିଥିଲେ। ଏହାପରେ କାର୍‌ଟିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଅବଶ୍ୟ ରାକେଶ ନିଜ କାର୍‌ ପଛରେ ଦୌଡ଼ି ଦୌଡ଼ି ଅପରପାର୍ଶ୍ଵରୁ ଆସୁଥିବା ଲୋକଙ୍କୁ ସତର୍କ କରାଉଥିଲେ। ତଥାପି ଜଳନ୍ତା ଗାଡ଼ିଟି ଫ୍ଲାଏଓଭର୍‌ର ରଙ୍ଗ ୱେରେ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା। ସୌଭାଗ୍ୟଶତଃ ଅଟୋ ଡ୍ରାଇଭର୍‌ ଜଣଙ୍କ ଅଟୋରୁ ବାହାରି ଯାଇଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛି।

ଏହି ଘଟଣାଟି ପୂରା କ୍ୟାମେରାରେ କଏଦ ହୋଇଥିବା ବେଳେ ଏବେ ଏହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2zEwrfk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages