ଟ୍ରମ୍ପଙ୍କ ବିରୋଧରେ ମହିଳାଙ୍କ ଉଲଗ୍ନ ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଟ୍ରମ୍ପଙ୍କ ବିରୋଧରେ ମହିଳାଙ୍କ ଉଲଗ୍ନ ପ୍ରତିବାଦ

ପ୍ୟାରିସ୍‌:ପ୍ରଥମ ବିଶ୍ୱଯୁଦ୍ଧ ଅନ୍ତ ହେବାର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍‌ଠାରେ ଆୟୋଜିତ ଏକ ଉତ୍ସବରେ ଯୋଗଦେବାକୁ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୋଟରକେଡ୍‌ ଆଗକୁ ଜଣେ ଉଲଗ୍ନ ମହିଳା ବିକ୍ଷୋଭକାରୀ ଚାଲିଆସିବା ଚର୍ଚ୍ଚାର ବିଷୟ ପାଲଟିଛି। ରବିବାର ଏହି ଘଟଣା ଘଟିଛି ଏବଂ ଫ୍ରାନ୍ସ ପୁଲିସ୍‌ ତାଙ୍କୁ ତୁରନ୍ତ କାବୁ କରିନେଇଛି।

ମହିଳାଙ୍କ ଦେହସାରା ସ୍ଲୋଗାନ ଲେଖାଥିବା ସ୍ପଷ୍ଟ ଜଣାପଡ଼ୁଛି। ବ୍ୟାରିକେଡ୍‌ ଡେଇଁ ଟ୍ରମ୍ଫଙ୍କ ମୋଟରକେଡ୍‌ ପାଖକୁ ସେ ଚାଲିଆସିଥିଲେ ଏବଂ କାର ଯିବାପରେ ‘ଫେକ୍‌ ପିସ୍‌ମେକର’ କହି ବାରମ୍ବାର ଚିଲାଇଥିଲେ।

ଏହି ମହିଳା ବିକ୍ଷୋଭକାରୀଜଣକ ‘ଫିମେନ୍‌’ ସଂଗଠନ ସହିତ ଜଡ଼ିତ ଥିବା ଜଣାଯାଇଛି। ଏହି ଉତ୍ସବରେ ୭୦ଜଣ ବିଶ୍ୱସ୍ତରର ନେତା ଯୋଗ ଦେଇଥିଲେ, ଯାହାକୁ ବିକ୍ଷୋଭକାରୀମାନେ ‘ଯୁଦ୍ଧ ଅପରାଧୀଙ୍କୁ ସ୍ୱାଗତ’ ଲେଖା ପ୍ଲାକାର୍ଡ ଦେଖାଇ ସ୍ୱାଗତ ଜଣାଇଥିଲେ।



from Odisha Reporter https://ift.tt/2DD44CC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages