ମୋଦିଙ୍କୁ ପଛରେ ପକାଇଲେ ଏହି ମହିଳା ଆଇଏଏସ୍‌ ଅଫିସର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ମୋଦିଙ୍କୁ ପଛରେ ପକାଇଲେ ଏହି ମହିଳା ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ଫିଲ୍ମ ତାରକାଙ୍କ ଲକ୍ଷ ଲକ୍ଷ ଫ୍ୟାନ୍‌ ଥିବା ଆପଣ ଦେଖିଥିବେ। ଆପଣ ବି ଅନେକ ସେଲିବ୍ରେଟିଙ୍କୁ ଫଲୋ କରୁଥିବେ ନିଶ୍ଚିତ। କିନ୍ତୁ ୟୁ କ୍ୟାଡରର ଏମିତି ଜଣେ ଆଇଏଏସ୍  ଅଫିସର ଅଛନ୍ତି ଯିଏ ଫେସ୍‌ବୁକ୍‌ରେ ଷ୍ଟାର ପାଲଟିଯାଇଛନ୍ତି। ଆମେ କୁହୁଛୁ ଚର୍ଚ୍ଚିତ ଆଇଏଏସ୍‌ ଅଫିସର ବି. ଚନ୍ଦ୍ରକଳାଙ୍କ କଥା। ଉଭୟ ଡିପ୍ଲୋମେସି ଏବଂ ସୋଶାଲ୍‌ ମିଡିଆର ଜଣେ ନାମକରା ଷ୍ଟାର ହେଉଛନ୍ତି ବି. ଚନ୍ଦ୍ରକଳା। ଫେସବୁକ୍‌ରେ ତାଙ୍କୁ ୮୬ ଲକ୍ଷରୁ ଅଧିକ ଲୋକେ ଫଲୋ କରୁଛନ୍ତି।

ସବୁଠୁ ରୋଚକ କଥା ହେଉଛି ତାଙ୍କର ଗୋଟିଏ ଗୋଟିଏ ପୋଷ୍ଟରେ  ଲକ୍ଷେରୁ ଅଧିକ ଲାଇକ୍‌ ମିଳେ। ସେହିପରି କମେଣ୍ଟ ବି ହଜାର ହଜାର ସଂଖ୍ୟାରେ ମିଳେ। ବି.ଚନ୍ଦ୍ରକଳା ହେଉଛନ୍ତି ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଅଫିସର। ଏହି ଦୀପାବଳି ଅବସରରେ ଚଳଚ୍ଚିତ୍ର ତାରକା ଭଳି ଫେସ୍‌ବୁକ୍‌ ମାମଲାରେ ଏହି ମହିଳା ଆଇଏଏସ୍‌ ଅଫସିର ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେଇ ଦେଇଥିଲେ। ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଟିବିପି ଯବାନମାନଙ୍କୁ ମିଠା ଖୁଆଉଥିବାର ଏକ ଫଟୋ ନିଜ ଫେସ୍‌ବୁକ୍‌ ଆକାଣ୍ଟରେ ପୋଷ୍ଟ କରିଥିଲେ। ସେହିପରି ଆଇଏଏସ୍‌ ଅଫିସିର ବି. ଚନ୍ଦ୍ରକଳା ମଧ୍ୟ ଏହି ଦୀପାବଳି ଅବସରରେ  ହାତରେ ପୂଜା ଥାଳି ଧରିଥିବାର ଫଟୋ ସେୟାର କରିଥିଲେ। ସବୁଠୁ ରୋଚକ କଥାହେଉଛି ଚନ୍ଦ୍ରକଳାଙ୍କ ଏହି ଫଟୋ କିଛି ଘଣ୍ଟା ମଧ୍ୟରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ତୁଳନାରେ ଅଧିକ ଲାଇକ୍‌ ପାଇଥିଲା।  ଅବଶ୍ୟ ଏହି ରେସ୍‌ରେ ମୋଦିଙ୍କ ଫଟୋ ବହୁ ଆଗକୁ ଚାଲିଯାଇଥିଲା। ହେଲେ ଚନ୍ଦ୍ରକଳାଙ୍କଠାରୁ ୮ ଘଣ୍ଟା ପୂର୍ବରୁ ମୋଦି ତାଙ୍କର ଏହି ଫଟୋ ସେୟା କରିଥିଲେ।


ତେବେ ଚନ୍ଦ୍ରକଳାଙ୍କ ଫଟୋକୁ ୧ ଲକ୍ଷ ୨୨ ହଜାର ଲାଇକ୍‌ ମିଳିଥିବା ବେଳେ  ମୋଦିଙ୍କ ଫଟୋକୁ  ୧ ଲକ୍ଷ ୪୬ ହଜାର ଲାଇକ୍ ମିଳିଥିଲା। ଏବେ ଚନ୍ଦ୍ରକଳାଙ୍କ ଫଟୋରେ ଲାଇକ୍‌ ସଂଖ୍ୟା ୮୨ ଲକ୍ଷ ପହଞ୍ଚି ଥିବା ବେଳେ ମୋଦିଙ୍କ ଫଟୋ ଲକ୍ଷେ ୫୩ ହଜାର ଛୁଇଁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫେସ୍‌ବୁକ୍‌ରେ ୪ କୋଟି ୨୮ ଲକ୍ଷ ଫଲୋଅର୍ସ ଅଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୩୧ ତାରିଖରେ  ପ୍ରଧାନମନ୍ତ୍ରୀ ମୋଦି  ଷ୍ଟାଚ୍ୟୁ ଅଫ୍‌ ୟୁନିଟି ସହ ନିଜର ଫଟୋ ସେୟାର କରିଥିଲେ। ଏଥିରେ ତାଙ୍କୁ  ଲକ୍ଷେ ୮୪ ହଜାର ଲାଇକ୍‌ ମିଳିଥିଲା। ଏହାର ୨ ଦିନ ପୂର୍ବରୁ  ଚନ୍ଦ୍ରକଳା ନିଜର ପ୍ରୋଫାଇଲ ଫଟୋ ଅପଲୋଡ଼୍‌ କରିଥିଲେ।  ଏହି ପ୍ରୋଫାଇଲ୍‌ରେ ତାଙ୍କୁ  ୨ ଲକ୍ଷ ୪୯ ହଜାର ଲାଇକ୍‌ ମିଳିଥିଲା।


ଜଣେ ଦକ୍ଷ ଓ ସାହାସୀ ମହିଳା ଆଇଏଏସ୍ ଅଫିସର ଭାବେ ବି. ଚନ୍ଦ୍ରକଳା ବେଶ ସୁନାମ ଅର୍ଜନ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ କାମରେ ପ୍ରଭାବିତ। କେନ୍ଦ୍ର ସରକାର ତାଙ୍କ କାମରେ ସନ୍ତୁଷ୍ଟ ହୋଇ ସ୍ୱଚ୍ଛ ଭାରତ ମିଶନ୍‌ର ଉପ-ସଚିବ ଭାବେ ନିଯୁକ୍ତି ଦେଇଥିଲେ। ଉତ୍ତରପ୍ରଦେଶ ବୁଲନ୍ଦସହରର ଜିଲ୍ଲାପାଳ ଥିବା ବେଳେ ରାସ୍ତା ନିର୍ମାଣରେ ଅନିୟମିତତା କରୁଥିବା ଠିକାଦାର ଓ ଅଫିସରଙ୍କୁ ପାନେ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ।  ଏହାର ଭିଡ଼ିଓ ସୋଶାଲ ମିଡ଼ିଆରେ ବେଶ ଭାଇରାଲ ହେଇଥିଲା। ତାଙ୍କର ଏକ ଖାସ୍‌ ଗୁଣ ରହିଛି। ସେ ‘ନାୟକ’ ଫିଲ୍ମ ଷ୍ଟାଇଲରେ କେତେବେଳେ କେଉଁଠି ପହଞ୍ଚିଯାଆନ୍ତି କାହାକୁ ମାଲୁମ୍ ନଥାଏ। ୧୯୭୯ରେ ତେଲେଙ୍ଗାନାରେ ଜନ୍ମଗ୍ରହଣ କରିଥିବା ବି.ଚନ୍ଦ୍ରକଳା ୨୦୦୮ ବ୍ୟାଚ୍ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ।



from Odisha Reporter https://ift.tt/2qFj1eL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages