
ଆଠଗଡ଼ (ନୀଳକଣ୍ଠ ଦୋରା): ଆଜି ପବିତ୍ର ନାଗ ଚତୁର୍ଥୀ। ଏହି ଅବସରରେ ଧବଳେଶ୍ୱରଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ପୀଠ ଓ ଝୁଲା ପୋଲଠାରେ ବ୍ୟାରିକେଡ୍ ନଥିବାରୁ ଉଭୟ ପଟେ ଫସି ରହିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଓ ପୁଲିସ ପ୍ରଶାସନକୁ ନାକେଦମ ହେବାକୁ ପଡିଥିଲା।
ମହାପ୍ରଭୁଙ୍କ ଦର୍ଶନ ପାଇଁ ନଦୀ ବେଢ଼ାକୁ ଯାଇନପାରି ଘରକୁ ଫେରିଲେ ବହୁ ଶ୍ରଦ୍ଧାଳୁ। ପ୍ରଶାସନ ପକ୍ଷରୁ ବ୍ୟାରିକେଡର ବ୍ୟବସ୍ଥା ନଥିବାରୁ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜଣେ ଶ୍ରଦ୍ଧାଳୁ ବିଜୟ କୁମାର ସାମନ୍ତରାୟ କହିଛନ୍ତି-“ବାବାଙ୍କୁ ଦର୍ଶନ କରିବା ପାଇଁ ଆଜି ସକାଳେ ଆସିଥିଲୁ। ସନ୍ଧ୍ୟା ୫ଟା ହେଲାଣି, ଏପର୍ଯ୍ୟନ୍ତ ବାବାଙ୍କୁ ଦର୍ଶନ କରିପାରିନାହୁଁ। ବ୍ୟାରିକେଡ୍ ବ୍ୟବସ୍ଥା ହୋଇଥିଲେ, ଠିକ୍ ଭାବେ ପ୍ରଭୁଙ୍କୁ ଦର୍ଶନ କରିପାରିଥାଆନ୍ତୁ।”
ଆଉ ଜଣେ ଶ୍ରଦ୍ଧାଳୁ ସବିତା କହିଛନ୍ତି-“ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବା ପାଇଁ କଟକରୁ ଆସିଥିଲୁ। ମାତ୍ର ଅବ୍ୟବସ୍ଥା ଯୋଗୁ ବାବାଙ୍କୁ ଦର୍ଶନ କରିପାରିଲୁ ନାହିଁ। ସେଥିପାଇଁ ବେଢ଼ା ବାହାରେ ବାବାଙ୍କୁ ମୁଣ୍ଡିଆ ମାରି ଘରକୁ ଫେରି ଯାଉଛୁ।”
from Odisha Reporter https://ift.tt/2Dx2nGR
No comments:
Post a Comment