ଉଦଘାଟିତ ହେଲା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 11, 2018

ଉଦଘାଟିତ ହେଲା ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମେଗା ଇନଭେଷ୍ଟର୍ସ ମିଟ୍- ‘ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ’ ଆଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇନ୍‌ଭେଷ୍ଟର୍ସ ମିଟ୍‌କୁ ଉଦ୍‌ଘାଟନ କରିଛନ୍ତି। ଏହି ଇଭେଷ୍ଟର୍ସ ମିଟ୍‌ ୫ ଦିନ ଧରି ଚାଲିବ।

ଦ୍ୱିତୀୟ ଥର ପାଇଁ ଏଭଳି ବଡ଼ ଧରଣର କାର୍ଯ୍ୟକ୍ରମ ରାଜ୍ୟ ସରକାର ଆୟୋଜନ କରିଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଆସିଥିବା ବହୁ ଶିଳ୍ପପତି ଓ ଶିଳ୍ପ ସଂସ୍ଥା ଯୋଗ ଦେଉଛନ୍ତି।

ଫୋକସ୍‌ରେ ରହିଛି ଖାଦ୍ୟ ପ୍ରକ୍ରିୟାକରଣ, ସି’ଫୁଡ୍, କେମିକାଲ ଓ ପେଟ୍ରୋକେମିକାଲସ୍, ମେଟାଲ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଶିଳ୍ପ, ବୟନ ଓ ପୋଷାକ, ଇଲେକ୍ଟ୍ରୋନି୍କ୍ସ ଓ ଆଇଟି କ୍ଷେତ୍ର। ତା’ସହ ୨୪ଟି ସେକ୍ଟରରେ ନିବେଶକଙ୍କ ସହ ଆଲୋଚନା ହେବ।

ଆସନ୍ତାକାଲି ରହିଛି ବିଜନେସ୍‌ ଲିଡ୍‌ରଶିପ୍ ସମିଟ୍। ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନି, ADAG ଗ୍ରୁପ ମୁଖ୍ୟ ଅନିଲ ଅମ୍ବାନି ଓ ଅଦାନି ଗ୍ରୁପର ଗୌତମ ଅଦାନି ପ୍ରମୁଖ ଯୋଗଦେବେ। ୨୦୧୬ ‘ମେକ୍ ଇନ୍ ଓଡ଼ିଶା’ ତୁଳନାରେ ଏଥର ଅଧିକ ପୁଞ୍ଜି ଆସିବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର।



from Odisha Reporter https://ift.tt/2z73LvQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages