ଜଟିଳ ହେଉଛି ପଲ୍ଲବୀ-ଆକବର ‘ମି ଟୁ’ ବିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଜଟିଳ ହେଉଛି ପଲ୍ଲବୀ-ଆକବର ‘ମି ଟୁ’ ବିବାଦ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ବରିଷ୍ଠ ସାମ୍ବାଦିକ ଓ ବିଜେପି ନେତା ଏମଜେ ଆକବର ଏବଂ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ସାମ୍ବାଦିକ ପଲ୍ଲବୀ ଗୋଗୋଇଙ୍କ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପଲ୍ଲବୀ ପ୍ରଥମେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ଏମ୍‌ଜେ ସହମତି ଭିତ୍ତିରେ ଏସବୁ ହୋଇଥିଲା ବୋଲି କହିଥିଲେ। ତେବେ ଆଜି ପଲ୍ଲବୀ ଆକବରଙ୍କ ଏଭଳି ମନ୍ତବ୍ୟକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।

ବର୍ତ୍ତମାନ ଆମେରିକାରେ କାର୍ଯ୍ୟ କରୁଥିବା ପଲ୍ଲବୀ କହିଛନ୍ତି, “ ମୋ ସହ ଏବଂ ଅନ୍ୟ ମହିଳାଙ୍କ ବିଭିନ୍ନ ସମୟରେ ସେ କରିଥିବା ଅପରାଧକୁ ସ୍ୱୀକାର କରିବା ପରିବର୍ତ୍ତେ ଆକବର ଅନ୍ୟ ସିରିଏଲ୍‌ ଯୌନ ନିର୍ଯାତନା ଦେଉଥିବା ଅପରାଧୀଙ୍କ ଭଳି ଏହାକୁ ଫାଙ୍କିବା ଆରମ୍ଭ କରିଛନ୍ତି। ଅନ୍ୟମାନଙ୍କ ଭଳି ସେ ମଧ୍ୟ ଏହି ଯୌନ ଅପରାଧକୁ ସହମତି ଭିତ୍ତିରେ ହୋଇଥିଲା ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ଏହା ମିଥ୍ୟା ତଥ୍ୟ ଉପରେ ଆଧାରିତ। ”

ସେ ଆହୁରି କହିଛନ୍ତି, “ଆକବର ଯେଉଁ ସହମତି କଥା କହୁଛନ୍ତି, ତାହା ଇଚ୍ଛାରେ ନୁହେଁ ବରଂ କ୍ଷମତାରେ ଥିବା ଜଣେ ବ୍ୟକ୍ତିଙ୍କ କ୍ଷମତାର ଦୁରୁପଯୋଗ ଆଗରେ ଜଣଙ୍କର ଅସହାୟତାକୁ ବୁଝାଉଛି। ମୁଁ ଏବେ ବି ୱାଶିଂଟନ୍‌ ପୋଷ୍ଟରେ ଲେଖିଥିବା ପ୍ରତିଟି କଥା ସତ ବୋଲି କହିବି। ମୁଁ ସତ କହି ଅନ୍ୟ ମହିଳାମାନଙ୍କୁ ମଧ୍ୟ ସତ କହିବାକୁ ସାହସ ଯୋଗାଇବି। ଆକବରଙ୍କ ଯୌନ ନିର୍ଯାତନାର ଶିକାର ଯେଉଁମାନେ ହୋଇଛନ୍ତି, ସେମାନେ ସମସ୍ତେ ଧୀରେଧୀରେ ମୁହଁ ଖୋଲିବେ” ବୋଲି ପଲ୍ଲବୀ କହିଛନ୍ତି।

୨୩ ବର୍ଷ ତଳେ ଆକବର ଏସିଆନ୍‌ ଏଜ୍‌ର ସମ୍ପାଦକ ଥିବା ବେଳେ ପଲ୍ଲବୀ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଆକବର ତାଙ୍କୁ ବିଭିନ୍ନ ଉପାୟରେ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ ବୋଲି ଖୋଦ୍‌ ପଲ୍ଲବୀ ‘ୱାଶିଂଟନ୍‌ ପୋଷ୍ଟ’ରେ ପ୍ରକାଶିତ ତାଙ୍କ ଲେଖା ଜରିଆରେ ଏହି ଅଭିଯୋଗ ଆଣିଥିଲେ।



from Odisha Reporter https://ift.tt/2OnzcXM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages