ଚୁଇଙ୍ଗମ୍‌ ଖାଇଲେ ଦେବାକୁ ପଡିବ ଜୋରିମାନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 3, 2018

ଚୁଇଙ୍ଗମ୍‌ ଖାଇଲେ ଦେବାକୁ ପଡିବ ଜୋରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ, ଅଳ୍ପେ ବହୁତ ସମସ୍ତେ ଚୁଇଙ୍ଗମ୍‌ ଖାଇବା ପାଇଁ ପସନ୍ଦ କରିଥାନ୍ତି। ବିଶେଷକରି ପାନ, ଗୁଟ୍‌ଖା ଖାଉ ନ ଥିବା ବ୍ୟକ୍ତିମାନେ ଏହାକୁ ଖାଇବାକୁ ପସନ୍ତ କରନ୍ତି। ହେଲେ ଏମିତି ଗୋଟିଏ ଦେଶ ଅଛି ଯେଉଁଠି ଚୁଇଙ୍ଗମ୍‌ ଖାଇବା ଅପରାଧଠୁ କମ୍‌ ନୁହେଁ। ଏଣୁ ଏଠି ଲୋକେ ଏହାକୁ ଖାଇଲେ ଜୋରିମାନା ଦିଅନ୍ତି।
ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ।
ସିଙ୍ଗାପୁର୍‌ରେ ଚୁଇଙ୍ଗମ୍‌ ଖାଇବା ଆଇନ ଅନୁସାରେ ଏକ ଅପରାଧ । ଯଦି କେହି ଚୁଇଙ୍ଗମ୍‌ ଖାଇବା ବେଳେ ଧରାପଡନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିକୁ ଜେଲ୍‌ ଯିବାକୁ ପଡ଼ିଥାଏ। ଏହାର କାରଣ ହେଉଛି ସିଙ୍ଗାପୁର୍‌ ସରକାର୍‌ ପ୍ରତିବର୍ଷ ରାସ୍ତା ଏବଂ ସାର୍ବଜନୀନ ସ୍ଥାନରେ ଚୁଇଙ୍ଗମ୍‌ର ଦାଗକୁ ସଫା କରିବା ପାଇଁ ୧ ଲକ୍ଷ ୫୦ ହଜାର ଡଲାର୍‌ ଖର୍ଚ୍ଚ କରିଥାନ୍ତି।
ସିଙ୍ଗାପୁର୍‌ର ପ୍ରତ୍ୟେକ କଲେଜ୍‌, ବସ୍‌, ଲିଫ୍ଟ୍‌ ଓ ଟ୍ରେନରେ ଚୁଇଙ୍ଗମ୍‌ର ଦାଗ ଦେଖିବାକୁ ମିଳିଥାଏ। ସେଠାକାର ଲୋକମାନେ ଚୁଇଙ୍ଗମ୍‌ ଖାଇବା ପରେ ଏହାକୁ ଏପରି ବ୍ୟବହାର କରିଥାନ୍ତି। ସିଙ୍ଗାପୁର୍‌ର ସ୍ୱଚ୍ଛତାକୁ ବଜାୟ ରଖିବା ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।
ପୂର୍ବରୁ ଚୁଇଙ୍ଗମ୍‌ ଖାଇବା ପାଇଁ କେବଳ ବାରଣ କରାଯାଉଥିଲା। କିନ୍ତୁ ୧୯୯୨ଠାରୁ ବିଧିବଦ୍ଧ ଭାବେ ଏହା ଉପରେ ରୋକ୍‌ ଲଗାଯାଇଛି। ସେହି ସମୟରେ ତତ୍କାଳୀନ ରାଷ୍ଟ୍ରପତି ଗୋହ୍‌ ଚୋକ୍‌ ଟୋଙ୍ଗ୍‌ ଚୁଇଙ୍ଗମ୍‌କୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍‌ କରିଛନ୍ତି।
ଆମେରିକା ଓ ସିଙ୍ଗାପୁର୍‌ ମଧ୍ୟରେ ଏକ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହୋଇଛି। ଯାହା ଅନୁସାରେ ଚୁଇଙ୍ଗମ୍‌ରେ କିଛି ରୋଗ ଭଲ ହେବା ପାଇଁ ତତ୍ତ୍ୱ ରହିଛି। ସେଥିପାଇଁ କମ୍‌ ନିକୋଟିନ୍‌ଯୁକ୍ତ ଚୁଇଙ୍ଗମ୍‌ ଖାଇବାକୁ ଅନୁମତି ଦିଆଯାଇଛ। ଯଦି ଡାକ୍ତର ଏହାକୁ ଖାଇବାକୁ ପ୍ରେସକ୍ରି୍‌ପିସନ୍‌ରେ ଲେଖିଥିବେ ତେବେ ଚୁଇଙ୍ଗମ୍‌ ଖାଇବାରେ କୌଣସି ଅସୁବିଧା ନାହିଁ ବୋଲି ସିଙ୍ଗାପୁର୍‌ ସରକାରଙ୍କ ପକ୍ଷରୁ କୁହାଯାଇଥିଲା।
ଡାକ୍ତରଙ୍କ ବିନା ପରାମର୍ଶରେ ଚୁଇଙ୍ଗମ୍‌ ଖାଇଲେ ସିଙ୍ଗାପୁର୍‌ରେ ୫ ଶହ ଡଲାର ଜରିମାନା ଦେବାକୁ ମଧ୍ୟ ପଡ଼ିଥାଏ।



from Odisha Reporter https://ift.tt/2RuGJWH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages