
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଘରେ ଅନେକ ପ୍ରକାରର ପିଠା ପ୍ରସ୍ତୁତ କରିଥିବେ ଓ ଖାଇଥିବେ। କିନ୍ତୁ କେବେ କ’ଣ ଚିକେନ୍ ପିଠା ଘରେ କରିଛନ୍ତି। ଯଦି ନାଁ ତେବେ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ୱାଦିଷ୍ଟ ବ୍ୟଜ୍ଞନ।
ଆବଶ୍ୟକ ସମାଗ୍ରୀ: ଚିକେନ୍, ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଧୋଇଦେଇ ପୂରା ଛୋଟ ଛୋଟ କରି କାଟି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ଅଳ୍ପ ଚାଉଳ ବଟା, ଅଦା ବଟା, ରସୁଣ ବଟା, ଲଙ୍କା ଗୁଣ୍ଡ, ଲୁଣ, ତେଲ, ପିଆଜ ବଟା, ହଳଦୀ ପକାନ୍ତୁ। ତା’ପରେ ଭଲ ଭାବେ ତାକୁ ଗୋଳାଇ ଦେଇ କିଛି ସମୟ ରଖିଦିଅନ୍ତୁ।
ଏହାପରେ ଚୁଲିରେ ଏକ ତାୱା ବସାଇ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ମାରିନେଟ୍ ହୋଇ ରହିଥିବା ଚିକେନ୍କୁ ସେଥିରେ ପିଠା ଭଳି ଦେଇ ଏପଟ ସେପଟ କରି ଲେଉଟାଇ ଦିଅନ୍ତୁ। ସିଝିବା ପର୍ଯ୍ୟନ୍ତ ଏକ ଢାଙ୍କୁଣି ଘୋଡ଼େଇ ରଖନ୍ତୁ। କିଛି ସମୟ ପରେ ଏହାକୁ ଚୁଲିରୁ ଉଠାଇ ଆଣନ୍ତୁ । ପ୍ରସ୍ତୁତ ହୋଇଗଲା ଚିକେନ୍ ପିଠା।
from Odisha Reporter https://ift.tt/2BdICSt
No comments:
Post a Comment