
ଫୁଲବାଣୀ (ତ୍ରିନାଥ ସାହୁ): ତିନି ବର୍ଷ ତଳେ ସେ ହିଂସାର ରାସ୍ତା ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିଥିଲେ। ଆଉ ଗତକାଲି ତାଙ୍କର ବାହାଘର ହୋଇଛି। ତାଙ୍କ ନାଁ ଜ୍ୟୋତି ମାଡ଼କାମୀ।
ଜ୍ୟୋତି ଜଣେ କ୍ୟାଡର୍ ନକ୍ସଲ ଥିଲେ। ସେ ୧୪ ବର୍ଷ ଧରି ଛତିଶଗଡ଼ର ବିଜାପୁର ଅଞ୍ଚଳରେ ସକ୍ରିୟ ଥିଲେ। ତେବେ ୨୦୧୫ ଅକ୍ଟୋବର ୯ ତାରିଖରେ ସେ ବୌଦ୍ଧ ଜିଲ୍ଲା ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିଲେ।
ତାଙ୍କ ଆତ୍ମସମର୍ପଣ ନକ୍ସଲ ସଂଗଠନ ପାଇଁ ଶକ୍ତ ଝଟକା ଥିଲା। ତେଣୁ ତାଙ୍କ ଜୀବନପ୍ରତି ବିପଦ ରହିଥିଲା। ତେଣୁ ଆତ୍ମସମର୍ପଣ କରିବା ପରଠୁ ସେ କନ୍ଧମାଳ ପୁଲିସ୍ ତତ୍ତ୍ୱାବଧାନରେ ରହିଆସୁଛନ୍ତି।
ଗତକାଲି ଫୁଲବାଣୀ ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ରୀତିନୀତି ଅନୁଯାୟୀ ତାଙ୍କର ବିବାହ ହୋଇଛି। ବାଲିଗୁଡ଼ା ଅନ୍ତର୍ଗତ ବାଟଗୁଡ଼ାର ରାହୁଲ ମଲ୍ଲିକଙ୍କ ସହ ତାଙ୍କ ବିବାହ ହୋଇଛି।
ଏହି ବାହାଘର ପାଇଁ କନ୍ଧମାଳ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। କନ୍ଧମାଳ ଏସ୍ପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ପୁଲିସ୍ ଅଧିକାରୀ ଏହି ବିବାହ ଉତ୍ସବରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।
from Odisha Reporter https://ift.tt/2qRitTb
No comments:
Post a Comment