
ଅନନ୍ତପୁର: ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ଉପରେ ଏକ ମାଲବାହୀ ଟ୍ରେନ୍ ଚାଲିଯାଇଥିଲେ ହେଁ ସେ ସୁରକ୍ଷିତ ଭାବେ ଉଦ୍ଧାର ପାଇଛନ୍ତି। ଏହି ଘଟଣାଟି କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଥିବା ଦୃଶ୍ୟ ଅନୁଯାୟୀ, ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ଶୋଇ ରହିଥିବା ବେଳେ ତାଙ୍କ ଉପରେ ପୂରା ଟ୍ରେନ୍ଟି ଦ୍ରୁତ ଗତିରେ ଚାଲିଯାଇଛି।
ବ୍ୟକ୍ତି ଜଣଙ୍କ ଟ୍ରାକ ଡେଇଁ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ପ୍ଲାଟଫର୍ମକୁ ଯାଉଥିବା ବେଳେ ହଠାତ୍ ଟ୍ରେନ୍ଟି ଚାଲି ଆସିଥିଲା। କୌଣସି ଉପାୟ ନ ପାଇ ବ୍ୟକ୍ତି ଜଣଙ୍କ ରେଳ ଧାରଣା ମଝିରେ ଜୀବନ ବଞ୍ଚାଇବାକୁ ଶୋଇପଡ଼ିଥିଲେ। ଏହି ସମୟରେ ଟ୍ରେନ୍ଟି ତାଙ୍କ ଉପର ଦେଇ ଅତିକ୍ରମ କରିଥିଲା। ସେହି ସମୟରେ ପ୍ଲାଟଫର୍ମରେ ଥିବା ଦୁଇ ଜଣ ଯୁବକ ଏହି ଦୃଶ୍ୟର ଶୁଟିଂ କରିଥିଲେ। ଟ୍ରେନ୍ଟି ଅତିକ୍ରମ କରିବା ପରେ ବ୍ୟକ୍ତି ଜଣଙ୍କ ଜୀବିତ ଅବସ୍ଥାରେ ଉଠି ବସିଥିଲେ। ଏହି ସମୟରେ ସେ ଭୟରେ ଥରୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ସେଇ ଲୋମଟାଙ୍କୁରା ଦୃଶ୍ୟର ଭିଡିଓ
Miraculous escape for man who came under goods train at #Anantpur railway station #AP; those who filmed & those who watched were both not amused and told him trying to take shortcuts doesn't always work @tweetsreekanth_ @ndtv pic.twitter.com/IAaDzCBwaj
— Uma Sudhir (@umasudhir) November 18, 2018
from Odisha Reporter https://ift.tt/2A7dVfA
No comments:
Post a Comment