
ପୁଣେ: କୋରେଗାଓଁ ଏଲଗାର ପରିଷଦ ମାମଲାକୁ ନେଇ ପୁଣେ ପୁଲିସ୍ ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ୧୦ ଜଣ ସାମାଜିକ କର୍ମୀଙ୍କୁ ଗିରଫ କରିଥିଲା। ତେବେ ଏବେ ତଦନ୍ତ ସମୟରେ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
ତଦନ୍ତ ବେଳେ ମିଳିଥିବା ଚିଠି ଅନୁଯାୟୀ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ମାଓବାଦୀଙ୍କ ସହ ଲିଙ୍କ ରଖିଥିବା ସୂଚନା ମିଳିଛି। ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ସାମାଜିକ କର୍ମୀଙ୍କ ପାଖରୁ ମିଳିଥିବା ଚିଠିରେ ଦିଗବିଜୟଙ୍କ ଫୋନ ନମ୍ବର ଥିବା ପୁଲିସ୍ ଜାଣିବାକୁ ପାଇଛି।
ଏବେ ପୁଣେ ପୁଲିସ୍ ଏହି ଘଟଣାରେ ଦିଗବିଜୟଙ୍କୁ ଜେରା ପାଇଁ ସମନ୍ କରିବାର ସମ୍ଭାବନା ରହିଛି। ପୁଣେ ପୁଲିସ୍ ଜୁନ୍ ମାସରେ ଗିରଫ କରିଥିବା ସୁରେନ୍ଦ୍ର ଗାଡ଼ଲିଙ୍ଗ, ଶୋମା ସେନ୍, ମହେଶ ରାଉତ, ରୋନା ୱିଲସନ ଓ ସୁଧୀର ଦାଵଲେଙ୍କ ବିରୋଧରେ ନିକଟରେ ଚାର୍ଜଶିଟ୍ ଦାଖଲ କରିଛି।
ସୁରେନ୍ଦ୍ରଙ୍କ ପାଖରୁ ୨୦୧୭ ସେପ୍ଟେମ୍ବର ୨୫ରେ ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଚିଠି ଆସିଥିଲା।
ଏଥିରେ ସେ ଲେଖିଥିଲେ, “ ଦେଶବ୍ୟାପୀ ବଡ଼ ଆନ୍ଦୋଳନ ହେବା ଦରକାର। ଆପଣ ଏଥିପାଇଁ ବିଭିନ୍ନ ସଂଗଠନର ଛାତ୍ରଙ୍କୁ ବ୍ୟବହାର କରିପାରିବେ। କାରଣ ପୁଲିସ୍ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଇଥାଏ। ତେଣୁ ଏହାର ଫାଇଦା ନେବାର ଅଛି। କଂଗ୍ରେସ ନେତାମାନେ ଏହି ଘଟଣାରେ ସହଯୋଗ କରିବା ସହ ପାଣ୍ଠି ଯୋଗାଇ ଦେବାକୁ ରାଜି ଅଛନ୍ତି।
ଏ ସମ୍ପର୍କରେ ଆପଣ ଚିଠି ତଳେ ଦିଆଯାଇଥିବା ନମ୍ବରରେ ଯୋଗାଯୋଗା କରିବେ।”
ଏବେ ପୁଲିସ୍ ଏହି ନମ୍ବରଟି ଦିଗବିଜୟ ସିଂହଙ୍କର ବୋଲି ଜାଣିବାକୁ ପାଇଛି। ଚିଠିରେ ଥିବା ନମ୍ବରଟି କଂଗ୍ରେସର ଦଳୀୟ ୱେବସାଇଟ୍ରେ ମଧ୍ୟ ରହିଛି ବୋଲି ପୁଲିସ୍ କହିଛି।
ଅନ୍ୟପକ୍ଷରେ ଦିଗବିଜୟ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସାହସ ଅଛି ତ ଗିରଫ କରି ଦେଖାନ୍ତୁ ବୋଲି ଓଲଟା ସରକାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି।
from Odisha Reporter https://ift.tt/2S0QKee
No comments:
Post a Comment