ମହାଗଠବନ୍ଧନ ପାଇଁ ସାଥୀ ଯୋଗାଡ଼ କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ମହାଗଠବନ୍ଧନ ପାଇଁ ସାଥୀ ଯୋଗାଡ଼ କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ

ବେଙ୍ଗାଲୁରୁ: ବିଜେପି ବିରୋଧରେ ମହାଗଠବନ୍ଧନ କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ର ଏନ୍‌ ଚନ୍ଦ୍ରବାବୁ ନାଇଡୁ ସାଥୀ ଖୋଜିବା ପାଇଁ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ବୁଲିବାରେ ଲାଗିଛନ୍ତି। ପୂର୍ବରୁ ଦିଲ୍ଲୀରେ ଏନ୍‌ସିପି ନେତା ଶରଦ ପାୱାର, ଏନ୍‌ସି ନେତା ଫାରୁକ ଅବଦୁଲ୍ଲା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ଚନ୍ଦ୍ରବାବୁ ଆଜି ବେଙ୍ଗାଲୁରୁରେ ଯାଇ ପହଞ୍ଚିଛନ୍ତି। ଚନ୍ଦ୍ରବାବୁ ଆଜି ସେଠାରେ ଜେଡିଏସ୍‌ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ା ଓ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ତଥା ଦେବେଗୌଡ଼ାଙ୍କ ପୁଅ ଏଚ୍‌ଡି କୁମାରସ୍ୱାମୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।

ବୈଠକ ପରେ ଚନ୍ଦ୍ରବାବୁ କହିଛନ୍ତି, ଦେଶର ସମ୍ବିଧାନ ଓ ଗଣତନ୍ତ୍ରକୁ ବିଜେପି ଦାଉରୁ ରକ୍ଷା କରିବାକୁ ହେଲେ ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ପଡ଼ିବ।

ଆଜି ଅପରାହ୍ଣ ୪ଟାରେ ଚନ୍ଦ୍ରବାବୁ ନାଇଡୁ ବେଙ୍ଗାଲୁରୁର ପଦ୍ମନାଭ ନଗରସ୍ଥିତ ଦେବେଗୌଡ଼ାଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ଦେବେଗୌଡ଼ା ବେଶ ରାଜକୀୟ ଢଙ୍ଗରେ ଚନ୍ଦ୍ରବାବୁଙ୍କ ସ୍ୱାଗତ କରିଥିଲେ। ଏହାପରେ ଉଭୟ ଦୀର୍ଘସମୟ ଧରି ଆଲୋଚନା କରିଥିଲେ। ଏହି ଆଲୋଚନାରେ କୁମାରସ୍ୱାମୀ ମଧ୍ୟ ଉପସ୍ଥିତ ରହିଥିଲେ। ବିଜେପି ବିରୋଧରେ କେମିତି ବିରୋଧୀଙ୍କୁ ଏକାଠି କରିହେବ, ସେ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ତେବେ ପ୍ରସ୍ତାବିତ ମହାଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେନେଇ ନିଷ୍ପତ୍ତି ହୋଇପାରି ନାହିଁ।

ଚନ୍ଦ୍ରବାବୁ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସାମ୍ବିଧାନିକ ସଂସ୍ଥା ଆରବିଆଇ ଓ ସିବିଆଇର କ୍ଷମତାକୁ ସଙ୍କୁଚିତ କରାଯିବା ସହ ଏହି ସଂସ୍ଥାଗୁଡ଼ିକର ଗୁରୁତ୍ୱ ହ୍ରାସ କରାଯାଇଛି। ସାମ୍ବିଧାନିକ ସଂସ୍ଥାର ସ୍ୱାୟତ୍ତତା ନଷ୍ଟ ହେବା ଦ୍ୱାରା ଦେଶର ଗଣତନ୍ତ୍ର ପ୍ରତି ବିପଦ ଦେଖାଦେଇଛି। ତେଣୁ ଆଗାମୀ ଦିନରେ ମୋଦିଙ୍କୁ ରୋକିବା ଲାଗି ଅଣବିଜେପି ଦଳଗୁଡ଼ିକର ମହାମେଣ୍ଟର ଆବଶ୍ୟକତା ରହିଛି।”

ମୋଦି ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିମୁଦ୍ରାକରଣର ଦ୍ୱିତୀୟ ବାର୍ଷିକୀ ଅବସରରେ ଏହାକୁ ମଧ୍ୟ ଚନ୍ଦ୍ରବାବୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ମୋଦି ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଆଜି ଦେଶର ଅର୍ଥନୀତି ଧିମା ହୋଇଯାଇଛି।

କୁମାରସ୍ୱାମୀ ଏହି ବୈଠକ ପରେ ୨୦୧୯ରେ ବିଜେପି ନିଶ୍ଚିତ ଭାବେ ପରାସ୍ତ ହେବ ବୋଲି କହିଛନ୍ତି। ସେ କହିଛନ୍ତି, ୧୯୯୬ରେ ଯେଉଁଭଳି ଘଟିଥିଲା ୨୦୧୯ରେ ସେହି ଇତିହାସର ପୁନରାବୃତ୍ତି ଘଟିବ। ୧୯୯୬ରେ ଅନେକ ଆଞ୍ଚଳିକ ଦଳ କଂଗ୍ରେସ ସହ ହାତ ମିଳାଇଥିଲେ। ଫଳରେ କୁମାରସ୍ୱାମୀଙ୍କ ବାପା ଦେବେଗୌଡ଼ା ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ତେବେ ଚନ୍ଦ୍ରବାବୁ ନାଇଡୁଙ୍କୁ ଏହି ସମୟରେ ମହାଗଠନବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହେବ କି ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, “ ଆପଣମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଓ ରାଜନୀତି ପ୍ରତି ବେଶ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ମୁଁ ଦେଶର ଗଣତନ୍ତ୍ର କେମିତି ରକ୍ଷା ପାଇବ, ସେକଥା ଚିନ୍ତା କରୁଛି। ସ୍ୱାର୍ଥକୁ ଗୁରୁତ୍ୱ ନୁହେଁ ଦେଶକୁ ଗୁରୁତ୍ୱ ଦିଆଯିବା ଉଚିତ। ପ୍ରାର୍ଥୀ କିଏ ହେବ, ତାହା ପରବର୍ତ୍ତୀ ଅବସ୍ଥାରେ ଜଣାପଡ଼ିବ।”



from Odisha Reporter https://ift.tt/2yXm4DM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages