ରାଜ୍ୟର ଅର୍ଥନୀତିକ ବିକାଶରେ ବିଜେଡି ବାଧକ: ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 8, 2018

ରାଜ୍ୟର ଅର୍ଥନୀତିକ ବିକାଶରେ ବିଜେଡି ବାଧକ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅର୍ଥନୀତିକ ବିକାଶରେ ବିଜେଡି ବାଧକ ସାଜିଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସାମ୍ନାରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରି ନିଜ ମୁର୍ଖତାର ପରିଚୟ ଦେଇଛି, ଏହା ମଧ୍ୟ ଓଡ଼ିଆ ବିରୋଧୀ ମାନସିକତା ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି ।

ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ଶାସନ ଦାୟିତ୍ୱରେ ଗୋଟିଏ ବିଚିତ୍ର ସରକାର ଅଛି। ଓଡ଼ିଶା ପ୍ରଦେଶର ବିକାଶରେ ଯିଏ ପ୍ରମୁଖ ଭାଗିଦାର ଅଛି ତାକୁ ବିରୋଧ କରିବା କାର୍ଯ୍ୟ ଶାସକ ବିଜେଡି କରିଛି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଦ୍ୱାରା ରାଜ୍ୟର ବିକାଶ ହେବା ଅର୍ଥନୀତି ସମୃଦ୍ଧ ହେଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବାରେ ମଧ୍ୟ ପ୍ରମୁଖ ଭାଗିଦାର ଅଛନ୍ତି। କିନ୍ତୁ ମେକ୍ ଇନ୍ ଓଡ଼ିଶା ଓ ଇନଭେଷ୍ଟ ଓଡ଼ିଶା କଥା କହୁଥିବା ରାଜ୍ୟର ବିଜେଡି ସରକାର ନିଜେ ସେହି ପୁଞ୍ଜିନିବେଶକାରୀ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ବିରୋଧ କରୁଛନ୍ତି।

ଏହା ନାକ ଖଣ୍ଡିଆ ରାଜାର ଉପାଖ୍ୟାନ ଭଳି। ମୁହଁରେ ବସୁଥିବା ମାଛିକୁ ମାରିବାକୁ ଅଙ୍ଗରକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଥିବା ରାଜା ଶେଷରେ ଅଙ୍ଗରକ୍ଷୀଙ୍କ ଖଣ୍ଡା ଚୋଟରେ ନିଜ ନାକ ହରାଇବା ଭଳି ଏବେ ସ୍ଥିତି ହେଉଛିି ରାଜ୍ୟର ସରକାରଙ୍କର। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପରିବର୍ତ୍ତେ ନିଜେ ଶିଳ୍ପମାରଣ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ହେଉ କି ବେସରକାରୀ କମ୍ପାନୀ, ପୁଞ୍ଜି ନିବେଶ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଏମଓୟୁ କରିଥାନ୍ତି। ରାଜ୍ୟ ସରକାର ଆରପିଡିଏସି ବୈଠକ ଡାକି ଶିଳ୍ପସଂସ୍ଥାଗୁଡ଼ିକ ସ୍ତାନୀୟ ଅଞ୍ଚଳର ବିକାଶ ଓ ନିଯୁକ୍ତିକୁ ନେଇ ସମୀକ୍ଷା କରିବାର ମଧ୍ୟ ଅଧିକାର ରହିଛି।

ଏସବୁ ପଦକ୍ଷେପ ନନେଇ ରାଜ୍ୟ ସରକାର ମିଛ ଡ୍ରାମା କରିବାର କ’ଣ ଆବଶ୍ୟକତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି। ୧୯ବର୍ଷ ଧରି ନବୀନ ପଟ୍ଟନାୟକ ସରକାରର ନିଯୁକ୍ତି କ୍ଷେତ୍ରରେ ଅପାରଗତା, ସ୍ଥାଣୁତା ଲୁଚାଇବାକୁ ଯାଇ ଏବେ କେନ୍ଦ୍ରୀୟ ଉଦ୍ୟୋଗ ସମ୍ମୁଖରେ ବିଜେଡି ଆନ୍ଦୋଳନର ଡ୍ରାମା କରୁଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଉଦ୍ୟୋଗଗୁଡ଼ିକ ଯଥା-ଓଏମସି, ଇଡକୋ, ଇପିକଲ, ଯୋଗାଣ ନିଗମଗୁଡ଼ିକରେ କେତେଜଣ ନିଯୁକ୍ତି ପାଇଛନ୍ତି ତାହା ରାଜ୍ୟବାସୀଙ୍କ ଆଗରେ ବିଜେଡି ସ୍ପଷ୍ଟ କରୁ ବୋଲି ବିଜେପି ଆହ୍ୱାନ କରିଛି।

ରାଜ୍ୟ ସରକାରଙ୍କ ନିଜସ୍ୱ ତଥ୍ୟ ଅନୁସାରେ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଗତ କିଛିବର୍ଷ ମଧ୍ୟରେ ୧୫,୩୧୫ଟି ପଞ୍ଜୀକୃତ ଏମଏସଏମଇ ବନ୍ଦ ହେବା ଯୋଗୁ ୧.୩୦ଲକ୍ଷ ଲୋକ ଚାକିରୀ ହରାଇବା ସହ ୪୫୬ କୋଟି ଟଙ୍କାର ପୁଞ୍ଜିନିବେଶ ବ୍ୟର୍ଥ ହୋଇଛି। ବିଜେଡି ତା’ର ନିର୍ବାଚନ ପ୍ରତିଶ୍ରୁତିରେ ଯେଉଁ ଲକ୍ଷ ଲକ୍ଷ ନିଯୁକ୍ତିର କଥା କହିଥିଲା ତାହା କୁଆଡ଼େ ଗଲା ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।



from Odisha Reporter https://ift.tt/2PjeTQz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages