
ନୂଆଦିଲ୍ଲୀ: ନଭେମ୍ବର ଆରମ୍ଭରୁ ଅନ୍ଲାଇନ୍ ମାର୍କେଟ୍ରେ ଧମାକା! ଆରମ୍ଭ ହୋଇଯାଇଛି ଦିୱାଲୀ ସେଲ୍। ଏହି ସେଲ୍ ଘୋଷଣା କରିଛି ଅନ୍ଲାଇନ୍ ରିଟେଲର ଫ୍ଲିପ୍କାର୍ଟ। ଆଜି ଗୁରୁବାରରୁ ଫ୍ଲିକ୍କାର୍ଟ ଆରମ୍ଭ କରିଛି ‘ବିଗ୍ ଦିୱାଲୀ ସେଲ୍’।
ଏଥିରେ ସ୍ମାର୍ଟଫୋନ୍, ଲ୍ୟାପ୍ଟପ୍ ଓ ଅନ୍ୟ ସାମଗ୍ରୀ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି କମ୍ପାନୀ। ପୂଜା ଉତ୍ସବକୁ ଧ୍ୟାନରେ ରଖି ଏହି ଅଫର୍ରେ କିଛି ଏକ୍ସକ୍ଲୁସିଭ୍ ଡିଲ୍ ମଧ୍ୟ ଦିଆଯାଉଛି।
କେଉଁଥିରେ ମିଳୁଛି ଅଫର ?
କମ୍ପାନୀ ‘ବିଗ୍ ଦିୱାଲୀ ସେଲ୍’ରେ ପ୍ରାୟତଃ ସବୁ ଶ୍ରେଣୀରେ ଅଧିକ ପରିମାଣରେ ରିହାତି ଦେଉଛି। ମୁଖ୍ୟତଃ ମୋବାଇଲ୍ ଏବଂ ଟ୍ୟାବ୍ଲେଟ୍, ଇଲୋକ୍ଟ୍ରୋନିକସ୍, ଫ୍ୟାଶନ୍, ଟିଭି, ବିୟୁଟି ଓ ଖେଳନାରେ ବହୁତ ରିହାତି ଦେଉଛି। ଏହାବାଦ୍ ଘରକରଣା ଓ ଫର୍ଣ୍ଣିଚରରେ ମଧ୍ୟ ଭଲ ଅଫର୍ ରହିଛି।
କେମିତି ପାଇବେ ଅଧିକ ରିହାତି ?
ଆପଣଙ୍କ ପାଖରେ ଏସ୍ବିଆଇର କ୍ରେଡିଟ୍ କାର୍ଡ ଥିଲେ ଆପଣ ଫ୍ଲିପ୍କାର୍ଟର ‘ବିଗ୍ ଦିୱାଲୀ ସେଲ୍’ରୁ ଅଧିକ ରିହାତି ପାଇପାରିବେ। ଏସ୍ବିଆଇ କ୍ରେଡିଟ୍ କାର୍ଡରେ ନୋ କଷ୍ଟ ଇଏମ୍ଆଇର ବିକଳ୍ପ ଦିଆଯାଇଛି। ଏହାସହ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି।
କେଉଁଥିରେ ମିଳିଛି ୯୦ ପ୍ରତିଶତ ରିହାତି ?
ଏହି ସେଲ୍ରେ ଫ୍ଲିପ୍କାର୍ଟ ଘରକରଣା ସାମଗ୍ରୀ ଉପରେ ୭୫ ପ୍ରତିଶତ ରିହାତି ଦେଉଛି। ଯଦି ଆପଣ ଡ୍ରେସ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏଠାରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ବିଛଣା, ବେଡସିଟ୍ ଓ ଅନ୍ୟ ସାମଗ୍ରୀ ଉପରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେଉଛି କମ୍ପାନୀ।
ଗେମିଂ ଲ୍ୟାପ୍ଟପ୍ରେ ୩୦,୦୦୦ ପର୍ଯ୍ୟନ୍ତ ଟଙ୍କା ରିହାତି ମିଳୁଛି। ସ୍ମାର୍ଟଫୋନ୍ରେ ୧୦୦୦ରୁ ୫୦୦୦ ପର୍ଯ୍ୟନ୍ତ ଟଙ୍କା ରିହାତି ରହିଛି। ଏହାସହ ଏକ୍ସଚେଞ୍ଜର ମଧ୍ୟ ବିକଳ୍ପ ରହିଛି।
from Odisha Reporter https://ift.tt/2QbiTPv
No comments:
Post a Comment