ରୋହିତ ଶର୍ମା କଲେ ଏସବୁ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 1, 2018

ରୋହିତ ଶର୍ମା କଲେ ଏସବୁ ରେକର୍ଡ

ଥିରୁଭନନ୍ତପୁମର: ଟିମ୍‌ ଇଣ୍ଡିଆର୍‌ ଓପନର୍‌ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୫ମ ତଥା ଅନ୍ତିମ ଦିନିକିଆରେ ଅପରାଜିତ ୬୩ ରନ୍‌ର ଇନିଂସ୍‌ ଖେଳି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଆଜିର ଅପରାଜିତ ୬୩ ରନ୍‌ ବଳରେ ରୋହିତ ଚଳିତ ବର୍ଷ ବିଶ୍ୱର ଦ୍ୱିତୀୟ ସର୍ବାଧିକ ରନ୍‌ ସ୍କୋରର୍ ହେବାର ରେକର୍ଡ କରିଛନ୍ତି। ରୋହିତ ଆଜିର ୬୩ ରନ୍‌ ଇନିଂସ୍‌ ବଳରେ ଚଳିତ ବର୍ଷ ୧୦୩୦ ରନ୍‌ ହାସଲ କରିଛନ୍ତି। ଏଭଳି ରନ୍‌ କରି ସେ ପୂର୍ବରୁ ଦ୍ୱିତୀୟ ସ୍ଥାନରେ ଥିବା ଇଂଲିଶ ବ୍ୟାଟସ୍‌ମ୍ୟାନ୍‌ ଜନ୍ନି ବେୟାରଷ୍ଟୋ (୧୦୨୫)ଙ୍କୁ ପଛରେ ପକାଇ ଦେଇଛନ୍ତି।

ଚଳିତ ବର୍ଷ ରୋହିତ ୧୯ଟି ମ୍ୟାଚ୍‌ରେ ୭୩.୫୭ ହାରରେ ଏଭଳି ୧୦୩୦ ହାସଲ କରିଛନ୍ତି। ଚଳିତ ବର୍ଷ ରୋହିତଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ୧୬୨ ରହିଛି। ସେହିଭଳି ସେ ୫ଟି ଶତକ ଓ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ତେବେ ଚଳିତ ବର୍ଷ ଦିନିକିଆରେ ସର୍ବାଧିକ ରନ୍‌ ହାସଲ କରିବା ତାଲିକାର ଏକ ନମ୍ବର ସ୍ଥାନରେ ବିରାଟ୍‌ କୋହଲି ରହିଛନ୍ତି। ସେ ୧୩୩.୫୫ ହାରରେ ୧୪ଟି ଇନିଂସରେ ୧୨୦୨ ରନ୍‌ ହାସଲ କରିଛନ୍ତି।

ରୋହିତ ଶର୍ମା ଛକାରେ ମଧ୍ୟ ଡବଲ୍‌ ଟନ୍‌ ହାସଲ କରିଛନ୍ତି। ଆଜିର ମ୍ୟାଚ୍‌ରେ ରୋହିତ ୪ଟି ବିଶାଳ ଛକା ମାରିଛନ୍ତି। ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ଭାବେ ପରିଚିତ ରୋହିତ ଆଜିର ୪ଟି ଛକାକୁ ମିଶାଇ ଦିନିକିଆରେ ୨୦୨ଟି ଛକା ମାରିବାର ରେକର୍ଡ କରିଛନ୍ତି। ସେହିପରି ଛକାରେ ଡବଲ୍‌ ଟନ୍‌ ହାସଲ କରିବା କ୍ଷେତ୍ରରେ ସେ ଦ୍ୱିତୀୟ ଭାରତୀୟ ହୋଇଛନ୍ତି। ତାଙ୍କ ଉପରକୁ ୨୧୮ଟି ଛକା ମାରି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଖେଳାଳିଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି।

ଆଜି ରୋହିତ ଶର୍ମା ୪ଟି ଛକା ମାରି ପୂର୍ବତନ ନ୍ୟୁଜିଲ୍ୟାଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବ୍ରେଣ୍ଡନ୍‌ ମ୍ୟାକୁଲମ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି। ମ୍ୟାକ୍କୁଲମ୍‌ ୨୦୦ଟି ଛକା ମାରିଥିବା ବେଳେ ରୋହିତ ୨୦୨ଟି ଛକା ମାରିସାରିଲେଣି। ସେହିପରି ରୋହିତ ବିଶ୍ୱର ସର୍ବାଧିକ ଛକା ମାରିବା ତାଲିକାର ୬ ନଂ ସ୍ଥାନରେ ରହିଛନ୍ତି। ତେବେ ଏହି ବିରଳ ରେକର୍ଡର ଏକ ନମ୍ବର ସ୍ଥାନରେ ୩୫୧ଟି ଛକା ସହ ପାକିସ୍ତାନର ବୁମ୍‌ ବୁମ୍‌ ସାହିଦ ଆଫ୍ରିଦି ରହିଛନ୍ତି। ତାଙ୍କ ପଛକୁ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌ (୨୭୫), ଶ୍ରୀଲଙ୍କାର ସନଥ ଜୟସୁରିୟା(୨୭୦), ଭାରତର ମହେନ୍ଦ୍ର ସିଂହ ଧୋନି(୨୧୮) ଓ ଏବି ଡିଭିର୍ଲସ(୨୦୪) ରହିଛନ୍ତି।



from Odisha Reporter https://ift.tt/2PBgwID

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages