
ନୂଆଦିଲ୍ଲୀ: ଛତିଶଗଡ଼ରେ ୧୮ଟି ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଆଜି ଆରମ୍ଭ ହୋଇଛି। ଆଜି ଯେଉଁ ଆସନ ପାଇଁ ଭୋଟ୍ ଗ୍ରହଣ ହେଉଛି, ସେଥିମଧ୍ୟରୁ ଅଧିକାଂଶ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସତ୍ତ୍ୱେ ନକ୍ସଲମାନେ ବିସ୍ଫୋରଣ ଘଟାଇଛନ୍ତି। ବିସ୍ଫୋରଣଟି ଆଜି ସକାଳେ ଦାନ୍ତେୱାଡ଼ାରେ ଘଟିଛି।
ବିସ୍ଫୋରଣ ପରେ ଅଞ୍ଚଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ୧୮୩ ନମ୍ବର ଭୋଟ ଗ୍ରହଣ କେନ୍ଦ୍ରଠାରୁ ମାତ୍ର ୧୭୦ ମିଟର ଦୂରରେ ନକ୍ସଲ ବିସ୍ଫୋରଣ ଘଟାଇଛନ୍ତି। ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି।
ଏହାସହ ନକ୍ସଲମାନେ କିଛି ଅଞ୍ଚଳରେ ପୋଷ୍ଟର ମାରିଛନ୍ତି। ସାଧାରଣ ଲୋକେ ମତଦାନରୁ ଦୂରେଇ ରହିବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଛତିଶଗଡ଼ରେ ମୋଟ ୯୦ଟି ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ ୧୮ଟି ସିଟ୍ରେ ଆଜି ମତଦାନ ହେଉଛି।
from Odisha Reporter https://ift.tt/2FeNsCE
No comments:
Post a Comment