ଭାବି ଜୀବନସାଥୀଙ୍କ ଗୁମର ଖୋଲିଲେ ବରୁଣ, କହିଲେ ସେ ସିନେ ଷ୍ଟାର ନୁହନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଭାବି ଜୀବନସାଥୀଙ୍କ ଗୁମର ଖୋଲିଲେ ବରୁଣ, କହିଲେ ସେ ସିନେ ଷ୍ଟାର ନୁହନ୍ତି

ମୁମ୍ୱାଇ: କରନ୍‌ ଜୋହର୍‌ଙ୍କ ପପୁଲାର୍‌ ଚାଟ୍‌ ଶୋ ‘କଫି ଉଇଥ୍‌ କରନ୍‌’ର ଷଷ୍ଠ ସିଜିନ୍‌ ଚାଲିଛି। ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ସହିତ ଅଭିନେତା ବରୁଣ୍‌ ଧାୱନ୍‌ ଏହି ଶୋରେ ପହଞ୍ଚିଥିଲେ। ଏହି ଶୋ’ରେ ବରୁଣ୍‌ ନିଜ ଭାବି ଜୀବନସାଥୀଙ୍କ ବିଷୟରେ ଗୁମର ଖୋଲିଥିଲେ।
ନିଜ ସ୍କୁଲ୍‌ ସାଙ୍ଗ ନତାଶା ଦଲାଲ୍‌ଙ୍କ ସହିତ ବରୁଣ ସମ୍ପର୍କରେ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି। ନିଜ ସମ୍ପର୍କକୁ ସେ ଖୋଲାଖୋଲି ପ୍ରକାଶ କରିବା ପରେ ସେ ନତାଶାଙ୍କୁ ଡେଟ୍‌ କରୁଛନ୍ତି ବୋଲି ମଧ୍ୟ କହିଛନ୍ତି।
ବରୁଣ୍‌ ଦୀର୍ଘ ସମୟ ଧରି ନତାଶାଙ୍କୁ ଡେଟ୍‌ କରୁଛନ୍ତି, କିନ୍ତୁ ଦୁହିଁଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲି କାହାକୁ କହି ନ ଥିଲେ। ଶୋରେ କରନ୍‌, ନତାଶା ଓ ବରୁଣ୍‌ଙ୍କୁ ଆଉଟିଙ୍ଗ୍‌କୁ ଯାଉଛନ୍ତି କି ନାହିଁ ପ୍ରଶ୍ନ କରିଥିଲେ ଏବଂ ଦୁହେଁ ‘ହାପି ଫ୍ରେଣ୍ଡ୍‌’ ପରି ଲାଗନ୍ତି ବୋଲି କହିଥିଲେ।

ଏହା ଉତ୍ତରରେ ବରୁଣ୍‌ କହିଥିଲେ, “‘ହାପି ଫ୍ରେଣ୍ଡ୍‌’ ନୁହେଁ ଆମେ ଦୁହେଁ ‘ହାପି କପଲ୍’। ମୁଁ ନତାଶାକୁ ଡେଟ୍‌ କରୁଛି ଏବଂ ଖୁବ୍‌ ଶୀଘ୍ର ତାଙ୍କୁ ବିବାହ କରିବା ପାଇଁ ଯୋଜନା କରୁଛି।”
ବରୁଣ୍‌ଙ୍କୁ କରନ୍‌ ପଚାରିଥିଲେ, ସେ କେବେ ବିବାହ କରିବାକୁ ଯାଉଛନ୍ତି ?
ଉତ୍ତରରେ ବରୁଣ୍ କହିଥିଲେ, “ସେ କୌଣସି ସେଲିବ୍ରିଟି କପଲ୍‌ଙ୍କ ସହିତ ପ୍ରତିଯୋଗିତା କରିବାକୁ ଚାହୁଁନାହାନ୍ତି।”
ଏହାପରେ କରନ୍‌ କହିଥିଲେ ଯେ, “ଯେଉଁଦିନ ତୁମେ ବିବାହ କରିବ, ମୁଁ ଇମୋସ୍‌ନାଲ୍‌ ହୋଇଯିବି। ସେହି ଦିନ ମୁଁ ‘କଭି ଖୁସି କଭି ଗମ୍‌’ ଫିଲ୍ମର ଗୀତ ମେରେ ‘ଶାଂସୋ ମେ ତୁ ହେ ସମାୟା’ ଗୀତ ଗାଇବି। ଏହା ସହିତ ମୁଁ ଓ ତୁମ ପିତା ହାତରେ ଆଳତୀ ଥାଳି ଧରି ଛିଡ଼ା ହେବୁ।



from Odisha Reporter https://ift.tt/2Pr0vG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages