ଡାଇବେଟିସ୍‌ ପାଇଁ ମହୌଷଧୀ ଜୁଆଣି ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 12, 2018

ଡାଇବେଟିସ୍‌ ପାଇଁ ମହୌଷଧୀ ଜୁଆଣି ପାଣି

ଭୁବନେଶ୍ୱର: ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ପ୍ରାୟ ବ୍ୟବହାର ହେଉଥିବା ଜୁଆଣିରେ ଔଷଧୀୟ ଗୁଣ ଭରପୂର ରହିଛି । ଏହା କେବଳ ଖାଦ୍ୟର ସ୍ୱାଦ ବଢାଇ ନ’ଥାଏ, ବରଂ ଏହା ଶରୀରର ବହୁ ସମସ୍ୟା ମଧ୍ୟ ଦୂର କରିଥାଏ। ଜୁଆଣି ଭଳି ଜୁଆଣି ପାଣି ମଧ୍ୟ ଶରୀର ପାଇଁ ଖୁବ୍‌ ଉପକାରୀ।

ଆସନ୍ତୁ ଜାଣିବା, ଜୁଆଣି ପାଣି କେଉଁ ସବୁ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ ଏବଂ ଏହାର ଅନ୍ୟ ଉପକାରିତା।

ସାଧାରଣତଃ ଜୁଆଣି ପାଣିକୁ ଅଧିକାଂଶ ପେଟ ସମସ୍ୟା ପାଇଁ ବ୍ୟବହାର କରନ୍ତି। ଜୁଆଣିକୁ ୧ ଗ୍ଲାସ୍‌ ପାଣିରେ ରାତିରେ ବତୁରାଇ ରଖିଦିଅନ୍ତୁ। ସକାଳେ ଜୁଆଣିରୁ ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ। ଏହାକୁ ପିଇବାର ଏକ ଘଣ୍ଟା ଯାଏ କିଛି ଖାଆନ୍ତୁ ନାହିଁ। ଏହି ପାନୀୟ ହଜମ ଶକ୍ତି ବୃଦ୍ଧି କରିବା ସହ ପେଟ ରୋଗ ଦୂର କରିଥାଏ।

ଡାଇରିଆ ଭଳି ରୋଗରୁ ରକ୍ଷା ପାଇବାକୁ ଚାହୁଁଥିଲେ, ଆପଣ ଜୁଆଣି ପାଣି ପିଅନ୍ତୁ। ଡାଇରିଆରୁ ଖୁବ୍‌ ଶୀଘ୍ର ଉପଶମ ମିଳିବ।

ରାତିରେ ଶୋଇବା ପୂର୍ବରୁ ଏକ କପ୍‌ ଜୁଆଣି ପାଣି ପିଇ ଶୋଇଲେ, ଭଲ ନିଦ ହୋଇଥାଏ।

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଜୁଆଣୀ ପାଣି ମହୌଷଧୀ ଭଳି କାମ କରିଥାଏ। ପ୍ରତିଦିନ ସକାଳେ ଜୁଆଣି ପାଣି ପିଇବା ଦ୍ୱାରା ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ।

ଜୁଆଣି ପାଣି ଶରୀରର ମୋଟାପଣ ମଧ୍ୟ ଦୂର କରିଥାଏ। ଏହା ସବୁଦିନ ପିଇଲେ ଶରୀରର ମେଟାବଲିଜମ ବଢ଼ିଥାଏ ଏବଂ ଏହାଦ୍ୱାରା ଶରୀରର ଓଜନ ହ୍ରାସ ପାଇଥାଏ।

ଥଣ୍ଡା, ଜ୍ୱର, କାଶ, କଫ, ଆଜ୍‌ମା ଓ ମୁଣ୍ଡବିନ୍ଧା ଭଳି ରୋଗରୁ ମଧ୍ୟ ଜୁଆଣି ପାଣି ମୁକ୍ତି ଦେଇଥାଏ। କାଶ ଅଧିକ ହେଉଥିଲେ ଜୁଆଣି ପାଣି ସହ ଚିମୁଟାଏ ବିଟ ଲୁଣ ମିଶାଇ ପିଇଲେ, ଏଥିରୁ ଆରୋଗ୍ୟ ମିଳିଥାଏ

ଜୁଆଣି ପାଣିକୁ ପ୍ରତିଦିନ ସକାଳୁ ପିଇବା ଦ୍ୱାରା ଦାନ୍ତ ଦରଜ ଏବଂ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ।



from Odisha Reporter https://ift.tt/2FgZICP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages