ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ପାଇଁ ଆସନ୍ତା ସପ୍ତାହରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 16, 2018

ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବ ପାଇଁ ଆସନ୍ତା ସପ୍ତାହରୁ ଅନ୍‌ଲାଇନ୍‌ରେ ମିଳିବ ଟିକେଟ୍‌

lakinga

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଉଣ୍ଟରରେ ନୁହେଁ, ଅନ୍‌ଲାଇନ୍‌ରେ ମିଳିବ ପୁରୁଷ ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବର ଟିକେଟ୍। ଆସନ୍ତା ସପ୍ତାହରୁ ଏସବୁ ଟିକେଟ୍ ବିକ୍ରି ହେବ। ତେବେ ଟିକେଟ୍ ବିକ୍ରିର ୪୮ ଘଣ୍ଟା ପୂର୍ବରୁ ଏ ସମ୍ପର୍କରେ ସୂଚନା ଦିଆଯିବ। ଏଫ୍ଆଇଏଚ୍‌ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତକାଲି ଅନୁଷ୍ଠିତ ଜେନେରାଲ୍ ବଡ଼ି ବୈଠକ ପରେ ଏହି ସୂଚନା ଦେଇଛନ୍ତି।

ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବ ୨ଟି ପର୍ଯ୍ୟାୟରେ ହେବ। ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଏବଂ ୨୮ ତାରିଖରେ ବାରବାଟୀରେ ହେବ।

ଉଭୟ ସ୍ଥାନରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍.ରହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ। ତା’ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଉଭୟ କାର୍ଯ୍ୟକ୍ରମରେ ସାମିଲ ହେବେ।

କଳିଙ୍ଗ ଷ୍ଟାଡିୟମ୍‌ରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ୍‌ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ।

ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକ ଏବଂ ଭୁବନେଶ୍ୱରରେ ୨ଟି ପର୍ଯ୍ୟାୟରେ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଛି ବୋଲି ନରେନ୍ଦ୍ର ବାତ୍ରା ସୂଚନା ଦେଇଛନ୍ତି।

ଉଦ୍‌ଘାଟନ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ଲାଗିବ ବୋଲି ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2QNhaAb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages