ଜେଲ୍‌ରେ ଅସୁସ୍ଥ ହୋଇଥିଲେ, ମେଡିକାଲ୍‌ରେ ଉଡ଼ିଗଲା ପ୍ରାଣବାୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ଜେଲ୍‌ରେ ଅସୁସ୍ଥ ହୋଇଥିଲେ, ମେଡିକାଲ୍‌ରେ ଉଡ଼ିଗଲା ପ୍ରାଣବାୟୁ

କୋଣାର୍କ (ସଞ୍ଜୟ ପତି): କାମଧନ୍ଦା ଓ ରୋଷେଇ କରି ପରିବାର ଚଳାନ୍ତି ଯୋଗେନ୍ଦ୍ର ଦାସ। ମାତ୍ର କେତେବେଳେ କେମିତି କାହାର ରାଜନୈତିକ ଆକ୍ରୋଶର ଶିକାର ହେଲେ ଜାଣିପାରିଲେ ନାହିଁ। ପୁଲିସ ତାଙ୍କୁ ରାତି ଅଧରୁ ଉଠାଇ ଆଣି ପ୍ରବଳ ମାଡ଼ ମାରି ଜେଲ୍‌ ପଠାଇ ଦେଇଥିଲା ! ଯେଉଁଥିପାଇଁ ସେ ମାନସିକ ଚିନ୍ତାରେ ରୋଗାଗ୍ରସ୍ତ ହୋଇପଡ଼ିଥିଲେ। ଜେଲ୍‌ରୁ ବେଲ୍‌ ପାଇବା ପରେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ପରିବାର ଲୋକେ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଛି। ଏହାକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ କଲେଜ ଛକରେ ଉତ୍ତେଜନା ପ୍ରକାଶ ପାଇଛି।

ଗଜଲକ୍ଷ୍ମୀ ପୂଜାର ଭଷାଣୀ ଉତ୍ସବ ପାଇଁ ଅସ୍ତରଙ୍ଗ ଥାନା ମାଳଦା ଗାଁରେ ଭୋଜିର ଆୟୋଜନ କରାଯାଇଥିଲା। ଏଥିରେ ରୋଷେଇ କରୁଥିଲେ ଯୋଗେନ୍ଦ୍ର ଦାସ। ସେହି ସମୟରେ ଏକ ଗଣ୍ଡଗୋଳ ହୋଇଥିଲା। ଏଥିରେ ଯୋଗେନ୍ଦ୍ରଙ୍କର କୌଣସି ଭୂମିକା ନଥିଲା। ମାତ୍ର ତାଙ୍କ ବିରୋଧରେ କିଛି ଗାଁ ଲୋକ ମିଥ୍ୟାରେ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ନକରି ଯୋଗେନ୍ଦ୍ରଙ୍କୁ ଅକ୍ଟୋବର ୩୦ ତାରିଖରେ ବିଳମ୍ୱିତ ରାତିରେ ଘରୁ ଉଠାଇ ଆଣିଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଗିରଫ କରାଯାଇଥିବା ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ଥାନାରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ନିମାପଡ଼ା ଉପକାରଗାରାକୁ ପଠାଇ ଦିଆଯାଇଥିଲା।

ପରିବାର ଲୋକଙ୍କ କହିବା କଥା, ବିନା ଦୋଷରେ ଗିରଫ ହୋଇ ଜେଲ୍‌ ଯାଇଥିବାରୁ ଯୋଗେନ୍ଦ୍ର ଚିନ୍ତାଗ୍ରସ୍ତ ଥିଲେ। ସେଥିପାଇଁ ସେ ଅସୁସ୍ଥ ହୋଇପଡ଼ିଥିଲେ। ସେହି ସମୟରେ ତାଙ୍କୁ ନିମାପଡ଼ା ମେଡ଼ିକାଲ୍‌ରେ ଚିକିତ୍ସା କରାଯାଇଥିଲା। ତେବେ କିଛିଦିନ ତଳେ ବେଲ୍‌ ମିଳିବାରୁ ଯୋଗେନ୍ଦ୍ର ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗତକାଲି ମୃତ୍ୟୁ ଘଟିଛି।

ଏହି ଖବର ପ୍ରଘଟ ହୋଇଯିବା ପରେ ଅସ୍ତରଙ୍ଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ନିର୍ଯାତନା ଯୋଗୁ ଯୋଗେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୋଗେନ୍ଦ୍ରଙ୍କୁ ଗିରଫ କରିଥିବା ପୁଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବି ପ୍ରଦାନରେ ସ୍ଥାନୀୟ ଲୋକେ ମୃତଦେହ ରାସ୍ତାରେ ରଖି ଅସ୍ତରଙ୍ଗ କଲେଜ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା।

ସ୍ଥାନୀୟ ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। କ୍ଷତିପୂରଣ ବାବଦକୁ ରେଡ୍‌କ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ଓ ଘଟଣାର ଏସ୍‌ଡିପିଓ ତଦନ୍ତ କରିବାର ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।



from Odisha Reporter https://ift.tt/2P6vh1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages