ବିଶ୍ୱର ପ୍ରଥମ ଖେଳାଳି ଭାବେ କ୍ରିଷ୍ଟିଆନୋ ରୋନାଲ୍ଡୋ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 28, 2018

ବିଶ୍ୱର ପ୍ରଥମ ଖେଳାଳି ଭାବେ କ୍ରିଷ୍ଟିଆନୋ ରୋନାଲ୍ଡୋ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ପର୍ତ୍ତୁଗାଲର ଅଧିନାୟକ ତଥା ବିଶ୍ୱର ପ୍ରସିଦ୍ଧ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୧୦୦ଟି ଚାମ୍ପିୟନଶ ଲିଗ୍‌  ମ୍ୟାଚ୍‌ ଜିତିବାରେ ରୋନାଲ୍ଡୋ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ବର୍ତ୍ତମାନ ଜୁଭେନଟସ୍‌ ପକ୍ଷରୁ ଚାମ୍ପିୟନଶ ଲିଗ ଖେଳୁଥିବା ରୋନାଲ୍ଡୋ ନିଜର ଯାଦୁ ଦେଖା ଚାଲିଛନ୍ତି।

ଜୁଭେନଟସ୍‌ ଗତକାଲି ଭାଲେନସିଆକୁ ୧-୦ ଗୋଲ୍‌ରେ ପରାସ୍ତ କରିବା ପରେ ରୋନାଲ୍ଡୋ ଚାମ୍ପିୟନଶ ଲିଗ୍‌ରେ ଏପରି ୧୦୦ ମ୍ୟାଚ୍‌ ଜିତିବାରେ ପ୍ରଥମ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏନେଇ ଫିଫା ପକ୍ଷରୁ ରୋନାଲ୍ଡୋଙ୍କୁ ଶୁଭେଚ୍ଛା ଜଣାଯାଇଛି।

ଏହାପୂର୍ବରୁ ରୋନାଲ୍ଡୋ ଜୁଭେନଟସ୍‌ ପକ୍ଷରୁ ପ୍ରଥମ ଖେଳାଳି ଭାବେ ଖୁବ୍‌କମ୍‌ ମ୍ୟାଚ୍‌ରେ ୧୦ଟି ବ୍ୟକ୍ତିଗତ ଗୋଲ୍‌ ସ୍କୋର କରିବାର ରେକର୍ଡ କରିଥିଲେ।
ରୋନାଲ୍ଡୋଙ୍କ ଏହି କୀର୍ତ୍ତିମାନ ପରେ ଜୁଭେନଟସ୍‌ର କୋଚ୍‌ ମାସିମିଲିଆନୋ ଆଲେଗେରି କହିଛନ୍ତି, “ଇଟାଲିଆନ୍‌ ଚାମ୍ପିୟନଶ ଲିଗ୍‌ରେ ରୋନାଲ୍ଡୋ ନିଜର ଛାପ ଛାଡ଼ିଛନ୍ତି। ସେ ଆମ ଦଳକୁ ଆଗକୁ ନେବା ସହ ଆମ ଭିତରେ ଆତ୍ମବିଶ୍ୱାସ ଭରି ଦେଇଛନ୍ତି। ଏବେ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିବା ସହ ପରସ୍ପର ଉପରେ ନିର୍ଭର କରି ଗେମ୍‌ରେ ବିଜୟୀ ହେଉଛନ୍ତି। ଏସବୁ କେବଳ ରୋନାଲ୍ଡୋଙ୍କ ପାଇଁ ସମ୍ଭବ ହୋଇଛି।”

ପୂର୍ବରୁ ରୋନାଲ୍ଡୋ ରିୟଲ ମାଡ୍ରିଡ୍‌ ପକ୍ଷରୁ ଖେଳୁଥିଲେ। କିନ୍ତୁ ଏଥରେ ସେ ଜୁଭେନଟସ୍‌ ପକ୍ଷରୁ ଖେଳୁଛନ୍ତି।



from Odisha Reporter https://ift.tt/2Asq532

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages