ବିବାଦରେ ଶାହାରୁଖଙ୍କ “ଜିରୋ”, କିଙ୍ଗ ଖାନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 6, 2018

ବିବାଦରେ ଶାହାରୁଖଙ୍କ “ଜିରୋ”, କିଙ୍ଗ ଖାନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଲା ବିଜେପି

ନୂଆଦିଲ୍ଲୀ:ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖଙ୍କ ଅପକମିଂ ଫିଲ୍ମ “ଜିରୋ”କୁ ନେଇ ବିବାଦ ସୃଷ୍ଟି ହୋଇଛି। ଜିରୋ ଫିଲ୍ମରେ ଶିଖ୍‌ ସଂପ୍ରଦାୟକୁ ଅପମାନିତ କରିବା ଭଳି କିଛି ଦୃଶ୍ୟ ରହିଥିବାରୁ ଏହାକୁ ବାଦ୍‌ ଦେବା ପାଇଁ ବିଜେପି ଦାବି କରିଛି। ଏପରି କି ବିଜେପି ବିଧାୟକ ମଞ୍ଜିନ୍ଦର ସିଂହ ସିସ୍ରା ଏନେଇ ଫିଲ୍ମ ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟ ଓ ଶାହାରୁଖଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ନିକଟରେ ଏଫ୍‌ଆଇଆର୍‌ ଦାଏର କରିଛନ୍ତି।

ପଶ୍ଚିମ ଦିଲ୍ଲୀରେ ଥିବା ନର୍ଥ ଏଭେନ୍ୟୁ ଷ୍ଟେସନ୍‌ ହାଉସ୍‌ ଅଫିସରଙ୍କ ନିକଟରେ ଶ୍ରୀ ସିସ୍ରା ଦାଖଲ କରିଥିବା ଏଫ୍‌ଆଇଆର୍‌ରେ କହିଛନ୍ତି, “ ଜିରୋ ଫିଲ୍ମର ପ୍ରମୋ ଏବଂ ପୋଷ୍ଟର ଏବେ ରିଲିଜ୍‌ ହୋଇଛି। ଯେଉଁଥିରେ ଅଭିନେତା ଶାହାରୁଖ ଖାନ୍‌ ହାଫ୍‌ ପ୍ୟାଣ୍ଟ ପିନ୍ଧି ଶିଖ୍‌ ସଂପ୍ରଦାୟର ପ୍ରସିଦ୍ଧ ପ୍ରତୀକ ଘାତକ କ୍ରିପାନ୍‌ (ଛୋଟ ଛୁରୀ)କୁ ଆପତ୍ତିଜନକ ଭାବେ ପ୍ରଦର୍ଶିତ କରୁଛନ୍ତି। ଏହା ଶିଖ୍‌ ସଂପ୍ରଦାୟ ପ୍ରତି ଅପମାନ। ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତା ଶାହାରୁଖ ଏହାକୁ ତୁରନ୍ତ ସିନେମାରୁ ବାଦ ଦେବା ଦରକାର।”

ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ମ୍ୟାନେଜମେଣ୍ଟ କମିଟିର ସାଧାରଣ ସମ୍ପାଦକ ଥିବା ଶ୍ରୀ ସିସ୍ରା କହିଛନ୍ତି, ଶିଖ୍‌ ସଂପ୍ରଦାୟ ମଧ୍ୟରେ ପ୍ରଚଳିତ ନିୟମ ଅନୁଯାୟୀ କ୍ରିପାନ୍‌ ହେଉଛି ଏକ ସେରିମନିୟାଲ ଖଣ୍ଡା। ଏହାକୁ କେବଳ ଅମୃତଧାରୀ ଶିଖ୍‌ମାନେ ହିଁ ପ୍ରଦର୍ଶନ କରିପାରିବେ। ଯଦି ଫିଲ୍ମ ନିର୍ଦ୍ଦେଶକ ଓ ଅଭିନେତା ଫିଲ୍ମରୁ ଏହାକୁ ବାଦ ନ ଦେବେ, ତା’ହେଲେ ଶିଖ୍‌ ସଂପ୍ରଦାୟ ବିଭିନ୍ନ ସିନେମା ହଲ୍‌ ଆଗରେ ବିକ୍ଷୋଭ କରିବା ସହ ସ୍କ୍ରିନିଂ ବନ୍ଦ କରିବ ବୋଲି ସେ ଧମକ ଦେଇଛନ୍ତି।



from Odisha Reporter https://ift.tt/2OtRMgH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages