୨୮ରେ ବିଜୟ-ଦିଲ୍ଲୀପ ବୈଠକ, ଚୂଡ଼ାନ୍ତ କରିବେ ଭବିଷ୍ୟତ କାର୍ଯ୍ୟପନ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 26, 2018

୨୮ରେ ବିଜୟ-ଦିଲ୍ଲୀପ ବୈଠକ, ଚୂଡ଼ାନ୍ତ କରିବେ ଭବିଷ୍ୟତ କାର୍ଯ୍ୟପନ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ଦଳ ଛାଡ଼ିବାକୁ ସଙ୍କେତ ଦେବାପରେ ତାଙ୍କର ଘନିଷ୍ଠ ବନ୍ଧୁ ତଥା ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାପାତ୍ର ତାଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଉଭୟ ନେତା ଆସନ୍ତା ୨୮ତାରିଖରେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ବିଚାରବିମର୍ଶ କରିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏପଟେ ରାଜ୍ୟ ବିଜେପି ମଧ୍ୟ ଏହି ଦୁଇ ନେତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି।

ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚକୁ ସୁପର ସ୍ପେଶାଲିଟୀ ହସ୍ପିଟାଲ କାର୍ଯ୍ୟରେ ପରିଣତ କରିବାରେ ବିଳମ୍ବକୁ ନେଇ ରାଉରକେଲା ବିଧାୟକ ଶ୍ରୀ ରାୟ ଗତକାଲି ବିଧାୟକ ପଦ ଓ ଦଳ ଛାଡ଼ିବାକୁ ଆଭାସ ଦେଇଥିଲେ। ଯାହାକୁ ଆଜି ବିଜୟ ମହାପାତ୍ର ସମର୍ଥନ କରି କହିଛନ୍ତି ଯେ, ଦିଲ୍ଲୀପ ରାୟ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ସମସ୍ତଙ୍କୁ ଜଣା। ଏକଥା ରାଜ୍ୟ, କେନ୍ଦ୍ର ସରକାର ଓ ଦଳ ସମସ୍ତେ ଜାଣନ୍ତି। ଏକଥା ସରକାର ଓ ଦଳ ଅନୁଭବ କରିବା କଥା। ମାତ୍ର ସମୟ ଗଡ଼ିଗଲାଣି। ରାଜନୀତିକ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ବିଧାୟକ ନିନ୍ଦିତ ହେବାପରେ ନିଷ୍ପତ୍ତି ନେବାକୁ ବାଧ୍ୟ ହେବା ସ୍ୱାଭାବିକ। ସେଥିପାଇଁ ହିଁ ଦିଲ୍ଲୀପ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ” ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ବିଜେପିର ପ୍ରତିକ୍ରିୟା

ଅନ୍ୟପକ୍ଷରେ ଦିଲ୍ଲୀପ ଓ ବିଜୟଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ୟୁପିଏ ସମୟରେ ୧୦ବର୍ଷ ଧରି ବ୍ରାହ୍ମଣୀ ସେତୁ ହେଲାନି। ଅସନ୍ତୋଷ ବ୍ୟକ୍ତ କରୁଥିବା ଏ ବନ୍ଧୁମାନେ ସେତେବେଳେ ଥିଲେ କେଉଁଠି? ଆଇଜିଏଚ୍ ଓ ବ୍ରାହ୍ମଣୀ ସେତୁ କାମ ଆରମ୍ଭ ହୋଇସାରିଛି। କାମରେ ଯାହା ବିଳମ୍ବ ହେଉଛି ସେଥିପାଇଁ ରାଜ୍ୟ ସରକାର ଦାୟୀ। ତା’ଛଡ଼ା ଦଳ ପାଇଁ କେହି ଅଲୋଡ଼ା ନୁହଁନ୍ତି। ସମସ୍ତେ ନିଜ କାମ ମାଧ୍ୟମରେ ପ୍ରତିଷ୍ଠିତ। ଦଳ କାହାକୁ ଅପମାନିତ କରିନାହିଁ ବୋଲି ଗୋଲକ କହିଛନ୍ତି।



from Odisha Reporter https://ift.tt/2Kz7nvh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages