
ଗୁରୁଦାସପୁର: ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ ବାଜୱା ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବାରୁ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ତାଙ୍କୁ ସିଧାସଳଖ ଯୁଦ୍ଧ ପାଇଁ ଧମକ ଦେଇଛନ୍ତି। ସେ କହିଛନ୍ତି, ଆମ ପାଖରେ ଅଧିକ ସେନା ଅଛନ୍ତି ଏବଂ ସେମାନେ ସର୍ବଦା ଲଢ଼େଇ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।
କର୍ତ୍ତାରପୁର ସାହିବ କରିଡର୍ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ର ସିଂହ କହିଛନ୍ତି, “ ମୁଁ ପାକିସ୍ତାନ ଆର୍ମି ମୁଖ୍ୟଙ୍କୁ କିଛି କହିବାକୁ ଚାହେଁ। ମୁଁ ମଧ୍ୟ ସେନାରେ ଥିଲି ଏବଂ ଚାକିରି କ୍ଷେତ୍ରରେ ଜେନେରାଲ ବାଜୱା ମୋଠାରୁ ବହୁତ ସାନ। କ’ଣ ସୀମାରେ ଆମ ଯବାନମାନଙ୍କୁ ହତ୍ୟା କରିବାକୁ ସେନା ଆପଣଙ୍କୁ ଶିଖାଇଛି? ଆପଣ ସ୍ନାଇପର୍ଙ୍କ ଦ୍ୱାରା ସେମାନଙ୍କୁ ହତ୍ୟା କରୁଛନ୍ତି।
ଲୋକମାନେ ନୀରଙ୍କରୀ ଭବନରେ ପ୍ରାର୍ଥନା କରୁଥିବା ବେଳେ ସେମାନଙ୍କ ଉପରକୁ ଗ୍ରେନେଡ ମାଡ଼ ହେଲା। ଏହା କ’ଣ ସେନା ଶିଖାଇଥିଲା? ଏହା କାପୁରୁଷତାର ପରିଚୟ। ଆମେ ଶାନ୍ତି ଚାହୁଁଛୁ ଏବଂ ଶାନ୍ତିର ବାର୍ତ୍ତା ଦେବାକୁ ଚାହୁଁଛୁ।
କିନ୍ତୁ ପାକିସ୍ତାନ ଜେନେରାଲ୍ ମନେରଖିବା ଦରକାର ଯେ ଆମ ପାଖରେ ଅଧିକ ଯବାନ ଅଛନ୍ତି ଓ ଆମେ ସବୁ ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଛୁ। ତେବେ ଆମେ କେବେ ହେଲେ ଯୁଦ୍ଧ ଚାହୁଁନାହୁଁ। ଶାନ୍ତିରେ କେମିତି ବିକାଶ ହେବ, ସେକଥାକୁ ଅଧିକ ଗୁରୁତ୍ୱ ଦେଉଛୁ।”
ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମଧ୍ୟ ଉପସ୍ଥିତ ରହି ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରିଥିଲେ।
from Odisha Reporter https://ift.tt/2zANAaH
No comments:
Post a Comment