ଆମେରିକା ମିଡ୍‌ ଟର୍ମ ନିର୍ବାଚନ: ଟ୍ରମ୍ପ ସରକାରଙ୍କୁ ଜବରଦସ୍ତ ଝଟ୍‌କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 7, 2018

ଆମେରିକା ମିଡ୍‌ ଟର୍ମ ନିର୍ବାଚନ: ଟ୍ରମ୍ପ ସରକାରଙ୍କୁ ଜବରଦସ୍ତ ଝଟ୍‌କା

ୱାଶିଂଟନ୍‌: ଆମେରିକାର ଶେଷ ହୋଇଥିବା ମିଡ୍‌ ଟର୍ମସ୍‌ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜବରଦସ୍ତ ଝଟ୍‌କା ଲାଗିଛି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପରଠାରୁ ଦେଶର ଉଭୟ ଗୃହରେ ସଂଖ୍ୟା ଗରିଷ୍ଠତା ହାସଲ କରି ଅଖଣ୍ଡ କ୍ଷମତା ଉପଭୋଗ କରୁଥିବା ଟ୍ରମ୍ପଙ୍କୁ ଏବେ ସାବଧାନ ରହିବାକୁ ହେବ। ମିଡ୍ ଟର୍ମ ନିର୍ବାଚନର ଫଳାଫଳ ଅନୁଯାୟୀ, ଟ୍ରମ୍ପଙ୍କ ଦଳ ପୂର୍ବଭଳି ସିନେଟ୍‌ରେ ସ୍ପଷ୍ଟ ବହୁମତ ପାଇଥିଲେ ହେଁ ସଂସଦର ନିମ୍ନ ସଦନକୁ ନାନ୍‌ସି ପେଲଓସିଙ୍କ ଡେମୋକ୍ରାଟିକ ପାର୍ଟି ନିଜ ନିୟନ୍ତ୍ରଣକୁ ନେଇଛି।

ଏଭଳି ଫଳାଫଳ ପରେ ଏବେ ଆମେରିକାରେ ପାୱାର ଆଣ୍ଡ ବାଲାନ୍ସ ଶାସନ ଆରମ୍ଭ ହୋଇଛି। କାରଣ ଟ୍ରମ୍ପଙ୍କ ଏକ ପାଖିଆ ନିଷ୍ପତ୍ତିକୁ ବିରୋଧ କରିଆସୁଥିବା ଡେମୋକ୍ରାଟିକ୍‌ ପାର୍ଟିକୁ ଲୋକମାନେ ସମର୍ଥନ ଜଣାଇଛନ୍ତି। ପୂର୍ବରୁ ମଧ୍ୟ ଏକଥା କୁହାଯାଉଥିଲ ଯେ ଯଦି ଗୋଟିଏ ସଦନ ଟ୍ରମ୍ପଙ୍କ ରିପ୍ଲବିକାନ ଓ ଅନ୍ୟ ସଦନଟି ଡେମୋକ୍ରାଟିସ୍‌ ଜିତିବ, ତା’ହେଲେ ଏହା ଟ୍ରମ୍ପ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଏବେ ଭୋଟ୍‌ ଗ୍ରହଣ ପରେ ଏକଥା ସ୍ପଷ୍ଟ ହୋଇଯାଇଛି।

ଏହାସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଜନାଦେଶ ପାଇଁ ସମସ୍ତଙ୍କୁ ଟ୍ୱିଟ୍‌ ଯୋଗେ ଧନ୍ୟବାଦ ଦେଇଛନ୍ତି। ଡେମୋକ୍ରାଟିକ ପାର୍ଟିର ବହୁମତ ଏବେ ହାଉସ୍‌ ଅଫ୍ ରିପ୍ରେଜେନ୍‌ଟେଟିଭ୍‌ରେ ରହିଛି। ତେଣୁ ଆଗକୁ ଏହା ଟ୍ରମ୍ପ ପ୍ରଶାସନକୁ ଅଡ଼ୁଆରେ ପକାଇପାରେ। ଟ୍ରମ୍ପଙ୍କ ଏକପାଖିଆ ଆର୍ଥିକ ନୀତିଠାରୁ ଆରମ୍ଭ କରି ୨୦୧୬ ନିର୍ବାଚନରେ ରୁଷର ହସ୍ତକ୍ଷେପ ଆଦି ସମ୍ପର୍କରେ ଆଗକୁ ଟ୍ରମ୍ପ ପ୍ରଶାସନକୁ ନିମ୍ନ ସଦନରେ ଜବାବ ତଲବ କରାଯିବା ଏକ ପ୍ରକାରର ନିଶ୍ଚିତ।

ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ସିନେଟ୍‌ର ୧୦୦ଟି ଆସନ ପାଇଁ ହୋଇଥିବା ଭୋଟ୍‌ରୁ ଟ୍ରମ୍ପଙ୍କ ରିପ୍ଲବିକାନ୍‌ ପାର୍ଟି ୫୧ଟି ପାଇଥିବା ବେଳେ ଡେମୋକ୍ରାଟିକ ୪୩ଟି ଓ ଅନ୍ୟାନ୍ୟ ଦଳ ୨ଟି ଆସନ ପାଇଛନ୍ତି। ଅନ୍ୟ ୪ଟି ଆସନର ଫଳାଫଳ ସ୍ପଷ୍ଟ ହୋଇନାହିଁ।

ସେହିପରି ନିମ୍ନ ସଦନର ୪୩୫ଟି ଆସନରୁ ୪୧୨ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଡେମୋକ୍ରାଟିକ ପାର୍ଟି ୨୧୯ଟି ଆସନରେ ଜିତିଥିବା ବେଳେ ରିପ୍ଲବିକାନ୍‌ ପାର୍ଟି ୧୯୩ଟି ଆସନରେ ବିଜୟୀ ହୋଇଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ଏପି ପକ୍ଷରୁ ଏଭଳି ସୂଚନା ଦିଆଯାଇଛି।



from Odisha Reporter https://ift.tt/2DbqtFU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages