
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଦୀପାବଳିରେ ସୌନ୍ଦର୍ଯ୍ୟ ଓ ଆୟୁଷ ପ୍ରାପ୍ତି ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ଆୟୁ ଦେବତା ଯମରାଜଙ୍କୁ ପୂଜା କରାଯାଏ।
ପୁରାଣ ଅନୁସାରେ, ଏହି ଦିନ ଭଗବାନ ଶ୍ରୀକୃଷ୍ଣ ନରକାସୁରକୁ ବଦ୍ଧ କରିଥିବାକୁ ଦୀପାବଳିରେ କୃଷ୍ଣାବତାରଙ୍କୁ ମଧ୍ୟ ପୂଜା କରାଯାଏ।
ଶାସ୍ତ୍ର ଅନୁସାରେ, ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୀପାବଳିରେ କାମନା କରାଯାଇ ବିଧି ଅନୁସାରେ ପୂଜା କରାଯାଏ।
ସୌନ୍ଦର୍ଯ୍ୟ ପ୍ରାପ୍ତି ପାଇଁ ଦୀପାବଳିରେ ପୂଜା
ଏହି ଦିନ ସନ୍ଧ୍ୟାରେ ଚନ୍ଦ୍ରମାଙ୍କ ରଶ୍ମୀରେ ସ୍ନାନ କରିବା ଉଚିତ୍। ଦୀପାବଳିର ସନ୍ଧ୍ୟାରେ ହଳଦୀ ଓ ଲହୁଣିର ଲେପ ଲଗାଇ ସ୍ନାନ କଲେ ଭଲ। ଶୀତଳ ଜଳରେ ହିଁ ସ୍ନାନ କରିବା ଉଚିତ୍। ଏପରି କରିବା ଦ୍ୱାରା ଅଦ୍ଭୁତ ସୌନ୍ଦର୍ଯ୍ୟ ପ୍ରାପ୍ତି ହୋଇଥାଏ। ଏହା ସହିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଏହି ଦିନ ସ୍ନାନ କରିବା ପରେ ଦୀପ ଦାନ କରିବାକୁ ଭୁଲନ୍ତୁ ନାହିଁ।
ଦୀପାବଳି ପୂଜାର ବିଧି
ଦୀପାବଳିରେ ପୂଜାରେ ସର୍ବପ୍ରଥମେ ଗଣେଶଙ୍କ ଧ୍ୟାନ କରନ୍ତୁ। ଏହା ପରେ ଶ୍ରୀଗଣେଶଙ୍କ ପ୍ରତିମାଙ୍କୁ ସ୍ନାନ କରାନ୍ତୁ ଏବଂ ନୂଆ ବସ୍ତ୍ର ପିନ୍ଧାଇ ଫୁଲ ଅର୍ପଣ କରନ୍ତୁ।
ଏହା ପରେ ମା’ ଲକ୍ଷ୍ମୀଙ୍କ ପ୍ରତିମାକୁ ପୂଜା ସ୍ଥାନରେ ରଖନ୍ତୁ ଏବଂ ପୂଜା ଆରମ୍ଭ କରନ୍ତୁ। ମା’ ଲକ୍ଷ୍ମୀଙ୍କ ଆବାହନ କରି ତାଙ୍କୁ ଆପଣଙ୍କ ଘରକୁ ଆସିବା ପାଇଁ ପ୍ରାର୍ଥନା କରନ୍ତୁ। ପରେ ମା’ଙ୍କ ପ୍ରତିମାଙ୍କୁ ବସ୍ତ୍ର ଅର୍ପଣ କରନ୍ତୁ, ଏହା ପରେ ଆଭୂଷଣ ଓ ମାଳା ପିନ୍ଧାନ୍ତୁ। ଏହା ପରେ କୁଙ୍କୁମ ଓ ତିଳକ ଲଗାନ୍ତୁ। ବର୍ତ୍ତମାନ ଧୂପ ଓ ଦୀପ ଜଳାନ୍ତୁ ଏବଂ ମା’ଙ୍କ ପାଦରେ ଗୋଲାପ ଫୁଲ ଅର୍ପଣ କରନ୍ତୁ। ଏହା ପରେ ୧୧ କିମ୍ୱା ୨୧ଟି ଚାଉଳ ମା’ଙ୍କୁ ଅର୍ପଣ କରି ଆଳତି କରନ୍ତୁ। ଏହାପରେ ଭୋଗ ଲଗାନ୍ତୁ।
from Odisha Reporter https://ift.tt/2D8oFgV
No comments:
Post a Comment