୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

୬୦ ଲକ୍ଷ ଲୁଟ୍ ମାମଲାରେ ତିନି ଅଟକ

ଖୋର୍ଦ୍ଧା (ବଳରାମ ଲେଙ୍କା): ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲା ଉପରୁ ଧୀରେ ଧୀରେ ପରଦା ଉଠୁଛି। ଏହି ମାମଲାରେ ବୈଦେଶ୍ୱର ଗାଁର ତିନି ଜଣଙ୍କୁ ଅଟକ ରଖି ବେଗୁନିଆ ପୁଲିସ୍‌ ପଚରାଉଚରା କରୁଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଗାଡ଼ିର ଡ୍ରାଇଭର ଅଛନ୍ତି।

ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀମାନେ କାର୍‌ରେ ୬୦ ଲକ୍ଷ ଟଙ୍କା ନେଇଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ରେ ୪ ଜଣ ଦୁର୍ବୃତ୍ତ ଆସି ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ କୌଣସି ସୂତ୍ରରୁ ଖବର ପାଇ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ଘର ପଛ ପଟୁ ଲୁଟ୍ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍ ପାଇଥିଲା। ଏଥିରେ ୨୭ ଲକ୍ଷ ଟଙ୍କା ଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇଜି ସୋମେନ୍ଦ୍ର ପ୍ରିୟଦର୍ଶୀ, ଖୋର୍ଦ୍ଧା ଏସ୍‌ପି, ଏସ୍‌ଡିପିଓଙ୍କ ସହ ବେଗୁନିଆ ଥାନାଧିକାରୀ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।

ଆଜି ବେଗୁନିଆ ପୁଲିସ୍‌ ଓ ସ୍ପେଶାଲ୍ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା।



from Odisha Reporter https://ift.tt/2QHhnVo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages