ଟେକ୍ସଟ୍‌ ମେସେଜ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ବାତିଲ କଲା କେକେଆର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, November 14, 2018

ଟେକ୍ସଟ୍‌ ମେସେଜ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ବାତିଲ କଲା କେକେଆର୍‌

ମୁମ୍ବାଇ: ଅଷ୍ଟ୍ରେଲିଆ ବାମହାତୀ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ ୨୦୧୯ ଆଇପିଏଲ୍‌ରେ ଖେଳିବେ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କାରଣ ଗତବର୍ଷ କୋଲକାତା ନାଇଟ୍‌ ରାଇଡର୍‌(କେକେଆର୍‌) ଷ୍ଟାର୍କଙ୍କୁ କିଣିଥିବା ବେଳେ ଆହତ ସମସ୍ୟା ଯୋଗୁ ସେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିଲେ। ଆଜି ଏକ ଟେକ୍ସଟ୍‌ ମେସେଜ୍‌ ଜରିଆରେ ଷ୍ଟାର୍କଙ୍କ କଣ୍ଟ୍ରାକ୍ଟ ରଦ୍ଦ କରିଦିଆଯାଇଥିବା କେକେଆର୍‌ ତାଙ୍କୁ ଜଣାଇ ଦେଇଛି।

ଗତବର୍ଷ କେକେଆର୍‌ ୯.୪ କୋଟି ଟଙ୍କା ଦେଇ ଷ୍ଟାର୍କଙ୍କୁ କିଣିଥିଲା। ହେଲେ ଡାହାଣ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଖେଳିପାରି ନଥିଲେ। ଏବେ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସିରିଜ୍‌ରେ ଖେଳୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ଭାରତ ବିପକ୍ଷରେ ମଧ୍ୟ ଖେଳିବେ। ଆଗକୁ ବିଶ୍ୱକପ୍‌ ଥିବାରୁ ଟିମ୍‌ ଅଷ୍ଟ୍ରେଲିଆ ତାଙ୍କୁ ବିଶ୍ରାମ ଦେବାକୁ ଚିନ୍ତା କରିପାରେ। ଏପରି ସ୍ଥିତିରେ କେକେଆର୍‌ ଷ୍ଟାର୍କଙ୍କ ସହ ସମସ୍ତ ପ୍ରକାରର କଣ୍ଟ୍ରାକ୍ଟ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

କେକେଆର୍‌ ପକ୍ଷରୁ ପଠାଯାଇଥିବା ଟେକ୍ସଟ୍‌ ମେସେଜ୍‌ ସମ୍ପର୍କରେ ଷ୍ଟାର୍କ କହିଛନ୍ତି, ଦୁଇ ଦିନ ତଳେ ଏଭଳି ମେସେଜ୍‌ ଆସିଥିଲା। ଯେଉଁଥିରେ ତାଙ୍କୁ କଣ୍ଟ୍ରାକ୍ଟରୁ ମୁକ୍ତ କରାଯାଇଥିବା ଉଲ୍ଲେଖ କରାଯାଥିଲା।



from Odisha Reporter https://ift.tt/2OJ3CDX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages