
ମୁମ୍ବାଇ : ଦୀପିକା-ରଣବୀର ଓ ଗତକାଲି ପ୍ରିୟଙ୍କା- ନିକ୍ଙ୍କ ବାହାଘର ପରେ ଏଥର କପିଲଙ୍କ ପାଳି। ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା ନିଜ ପ୍ରେମିକା ଗିନ୍ନି ଚତାର୍ଥୀଙ୍କୁ ଡ଼ିସେମ୍ବର ୧୨ରେ ବିବାହ କରିବାକୁ ଯାଉଛନ୍ତି।
୧୩ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ବିବାହ ପୂର୍ବରୁ କପିଲ ଏକ ମଜାଦାର କଥା ଖୁଲାସା କରିଛନ୍ତି। କଲେଜରେ ଥିବା ସମୟରେ କପିଲ ନିଜ ସାଙ୍ଗମାନଙ୍କ ସହ ମିଶି ବିନା ନିମନ୍ତ୍ରଣରେ ଅନେକ ବିବାହ ଭୋଜି ଖାଇବାକୁ ଯାଉଥିଲେ। ସଙ୍ଗୀତ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍-୧୦କୁ ଆସି ସେ ଏହି କଥା କହିବା ପରେ ଉପସ୍ଥିତ ଦର୍ଶକ ଠୋ, ଠୋ ହସିଥିଲେ।
ସେ ଆହୁରି କହିଥିଲେ ଯେ, ‘‘ଦିଲ୍ଲୀରେ ଥିବା ସମୟରେ ମୁଁ ନିଜ ସାଙ୍ଗମାନଙ୍କ ସହ ବିବାହ ଭୋଜି ଖାଇବାକୁ ଯାଉଥିଲି । କିନ୍ତୁ ଥରେ ଜଣେ ମଉସା ଆମକୁ ଧରି ନେଇଥିଲେ । ଧରା ପଡ଼ିବା ପରେ, ମୋର ଜଣେ ସାଙ୍ଗ ସେହି ମଉସାଙ୍କୁ ମିଛ କାହାଣୀ କହିଥିଲେ ଯେ, ହଷ୍ଟେଲରେ ଖାଇବା ସରିଯାଇଛି । ଏବେ ଖାଇବା ପାଇଁ କିଛି ବି ନାହିଁ। ଏକଥା ଶୁଣି ମଉସା ଆମକୁ ଖାଇବାକୁ କହି ଦଣ୍ଡ ହିସାବରେ ନାଚିବା ପାଇଁ କହିଥିଲେ। ଆମେ ସେ ଦିନ ଦୁଇ ଦୁଇଥର ଖାଇବା ପରେ ନାଚିଥିଲୁ । ସେ ଅନୁଭୁତି ନିଆରା ଥିଲା, ଯାହା ସବୁଦିନ ମନେ ରହିବ।’’
କପିଲ୍ଙ୍କ ବାହାଘରକୁ ଆଉ ଦିନ କେଇଟା ବାକି ରହିଲା। ବାହାଘର ଜାଲନ୍ଧରରେ ପଞ୍ଜାବୀ ପରମ୍ପରା ମୁତାବକ ହେବ। କପିଲ୍ଙ୍କ ବାହାଘର କାର୍ଡ୍ ସୋଶାଲ୍ ମିଡିଆରେ ଏବେ ଭାଇରାଲ୍ ହେଉଛି।
from Odisha Reporter https://ift.tt/2BIxwVE
No comments:
Post a Comment