ପୁଣି କଥା ବଦଳାଇଲେ ସିଦ୍ଧୁ, ରାହୁଲ ଗାନ୍ଧିଙ୍କ ସମ୍ପର୍କରେ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 30, 2018

ପୁଣି କଥା ବଦଳାଇଲେ ସିଦ୍ଧୁ, ରାହୁଲ ଗାନ୍ଧିଙ୍କ ସମ୍ପର୍କରେ କହିଲେ ଏମିତି କଥା

ନୂଆଦିଲ୍ଲୀ: ଘଡ଼ିକେ ଘୋଡ଼ା ଛୁଟିଲା ଭଳି କ୍ରିକେଟରରୁ ରାଜନେତା ବନିଥିବା ନଭଜୋତ ସିଂହ ସିଦ୍ଧୁ କଥା ବଦଳାଇବାରେ ଲାଗିଛନ୍ତି। ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ସିଦ୍ଧୁ ଗତକାଲି ତାଙ୍କୁ ପାକିସ୍ତାନ ଯିବାକୁ ରାହୁଲ ଗାନ୍ଧି କହିଥିବା ସ୍ୱୀକାର କରିଥିବା ବେଳେ ଆଜି ପୁଣି ଏହି ମତକୁ ବଦଳାଇଛନ୍ତି।

ସେ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋତେ କେବେ ହେଲେ ପାକିସ୍ତାନ ଯିବାକୁ କହି ନଥିଲେ। ମୁଁ ମୋ ଇଚ୍ଛାରେ ପାକିସ୍ତାନ ଯାଇଥିଲି ବୋଲି ସ୍ପଷ୍ଟ କରିଛନ୍ତି।

ସିଦ୍ଧୁ କହିଛନ୍ତି, “ କିଛି ଖବର ପ୍ରସାରଣ ବା ଉପସ୍ଥାପନ କରିବା ପୂର୍ବରୁ ପ୍ରଥମେ ଭଲ ଭାବେ ତଥ୍ୟକୁ ଜାଣିବା ଦରକାର। ରାହୁଲ ଗାନ୍ଧି ଜୀ କେବେ ହେଲେ ବି ମୋତେ ପାକିସ୍ତାନ ଯିବାକୁ ନିର୍ଦ୍ଦେଶ ଦେଇ ନଥିଲେ। ସମଗ୍ର ବିଶ୍ୱ ଜାଣିଛି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ନିମନ୍ତ୍ରଣ ରକ୍ଷା କରି ମୁଁ ସେଠାକୁ ଯାଇଥିଲି।”

କିନ୍ତୁ ସିଦ୍ଧୁ ଶୁକ୍ରବାର ହାଇଦ୍ରାବାଦରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ରାହୁଲ ଗାନ୍ଧି ହେଉଛନ୍ତି ମୋ କ୍ୟାପ୍ଟେନ।

ସେ ମୋତେ ସବୁଆଡ଼େ ପଠାନ୍ତି। ଆପଣମାନେ କେଉଁ କ୍ୟାପ୍ଟେନ୍‌ଙ୍କ କଥା କହୁଛନ୍ତି? ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ହେଉଛନ୍ତି ଆର୍ମିର କ୍ୟାପ୍ଟେନ୍‌। ମୋ କ୍ୟାପ୍ଟେନ୍‌ ହେଉଛନ୍ତି ରାହୁଲ ଗାନ୍ଧି। କ୍ୟାପ୍ଟେନ୍‌ ଅମରିନ୍ଦର ସିଂହଙ୍କ କ୍ୟାପ୍ଟେନ୍‌ ମଧ୍ୟ ରାହୁଲ ଗାନ୍ଧି।

ମୋ ପାକିସ୍ତାନ ଗସ୍ତକୁ କଂଗ୍ରେସର ପାଖାପଖି ୨୦ ଜଣ ନେତା ସମର୍ଥନ କରିଥିଲେ ବୋଲି ସିଦ୍ଧୁ ଦୃଢ଼ୋକ୍ତି କରିଥିଲେ।

ସିଦ୍ଧୁ ଗତ ୨୮ ତାରିଖରେ ପାକିସ୍ତାନ ଗସ୍ତ କରିଥିଲେ। ସେଠାରେ ସେ କର୍ତ୍ତାରପୁର କରିଡର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଯାହାକୁ ନେଇ ସମଗ୍ର ଭାରତରେ ବିବାଦ ସୃଷ୍ଟି ହୋଇଥିଲା।



from Odisha Reporter https://ift.tt/2KJjZjr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages