
ମୁମ୍ବାଇ: ରଣବୀର ସିଂହ ଓ ଦୀପିକା ପାଦୁକୋନ୍ଙ୍କ ବିବାହ ଉତ୍ସବ ଇଟାଲିରେ ଦୁଇଦିନ ଧରି ତଥା ନଭେମ୍ବର ୧୪ ଓ୧୫ ତାରିଖରେ ଚାଲିବ। ଏହି ରାଜକୀୟ ବିବାହ ଉତ୍ସବରେ ଅତିଥି ତାଲିକାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। କୁହାଯାଉଛି, ପରିବାରର ଲୋକଙ୍କ ସମେତ କିଛି ନିକଟତମ ସମ୍ପର୍କୀୟ ଏହି ପାର୍ଟିରେ ପହଞ୍ଚିବେ। ଆଉ ମୁମ୍ବାଇରେ ହେବାକୁ ଥିବା ରିସେପ୍ସନ ପାର୍ଟିରେ ବଲିଉଡ୍ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ। ତେବେ ଶୁଣାଯାଉଛି ଏହି ଅତିଥି ତାଲିକାରେ କେତେକ ନାମୀଦାମୀ କଳାକାରଙ୍କୁ ବାଦ୍ ଦିଆଯାଇପାରେ। ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏନେଇ ସନ୍ଦେହ ପ୍ରକଟ କରିଛନ୍ତି। ନିକଟରେ କରଣ ଜୋହରଙ୍କ ଚାର୍ଟ୍ ଶୋ’ ‘କଫି ଉଇଥ୍ କରଣ’ରେ କ୍ୟାଟ୍ରିନା ଅତିଥି ଭାବେ ଯୋଗ ଦେଇଥିଲେ।
ସେ ସେଠାରେ କହିଥିଲେ, ସେ ଅପେକ୍ଷା କରିଛନ୍ତି ଯେ, କେତେବେଳେ ତାଙ୍କୁ ରଣବୀର ସିଂହ ଓ ଦୀପିକାଙ୍କ ନିମନ୍ତ୍ରଣ ପତ୍ର ମିଳିବ। ସେଥିପାଇଁ ସେ ଖୁବ୍ ଉତ୍ସାହିତ ମଧ୍ୟ ଅଛନ୍ତି। ବାହାଘରରେ ସେ ବି ସଜ ହୋଇ ଯିବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କୁ ଜଣା ଯେ, କେବେ ବି ତାଙ୍କୁ ନିମନ୍ତ୍ରମ ପତ୍ର ମିଳିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ୍ ରଣବୀର କପୁର କ୍ୟାଟ୍ରିନାଙ୍କର ବି ଏକ୍ସ ବୟଫ୍ରେଣ୍ଡ୍ ଥିଲେ। ସେ ସମୟରେ ଦୀପିକାଙ୍କୁ ଛାଡ଼ି ରଣବୀର କପୁର କ୍ୟାଟ୍ରିନାଙ୍କ ସହ ସମ୍ପର୍କ ରଖିଥିଲେ। ତେଣୁ କ୍ୟାଟ୍ଙ୍କ ଉପରେ ଖୁବ୍ ରାଗିଯାଇଥିଲେ ଦୀପିକା। ସେବେଠୁ ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ।

ଏବେ ରଣବୀର କପୁର ଆଲିଆ ଭଟ୍ଟ୍ଙ୍କୁ ଡେଟ୍ କରୁଛନ୍ତି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ରିଲେସନସିପ୍କୁ ନେଇ କ୍ୟାଟ୍ରିନା କହିଥିଲେ, ଦୁହେଁ ମୋର ଖୁବ୍ ଭଲ ବନ୍ଧୁ। ସୋମାନଙ୍କ ସମ୍ପର୍କକୁ ସ୍ୱୀକାର କରିବା ମୋ ପାଇଁ ଆଦୌ କଷ୍ଟକର ନୁହେଁ।
from Odisha Reporter https://ift.tt/2T0j4ii
No comments:
Post a Comment