ପୁଣି ସଫଳତା; ୫ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 24, 2018

ପୁଣି ସଫଳତା; ୫ ଆତଙ୍କବାଦୀ ନିହତ

srinagar

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ଶୋପିଆନ ଜିଲ୍ଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଶୋପିଆନ ଜିଲ୍ଲାର କପରନ୍ ବାଟଗୁଣ୍ଡରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଉକ୍ତ ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଅପରେସନ୍ ଜାରି ରହିଛି।

ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜିଲ୍ଲା କମାଣ୍ଡର ମୁସ୍ତାକ ମୀର ଥିବା ଜଣାପଡ଼ିଛି। ତା’ ସହିତ ହିଜ୍‌ବୁଲ୍‌ର ଜିଲ୍ଲା କମାଣ୍ଡର ଅବ୍ବାସ, ହିଜ୍‌ବୁଲର ଜିଲ୍ଲା ଡେପୁଟି କମାଣ୍ଡର ୱସିମ୍ ୱାଗେ ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।

ଗତ ଶୁକ୍ରବାର ରାଜ୍ୟର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ଓ ରାଜ୍ୟ ପୁଲିସ୍‌ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଥିଲା।

ସେହିଭଳି ଗତ ମଙ୍ଗଳବାର ଶୋପିଆନ୍‌ ଜିଲ୍ଲାର ନଦୀଗାମ୍‌ ଗାଁରେ ପୁଲିସ୍ ଓ ସିଆର୍‌ପିଏଫ୍‌ ଯବାନଙ୍କ ମିଳିତ ଅପରେସନ୍‌ରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ।



from Odisha Reporter https://ift.tt/2OVNH5n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages