
ଲକ୍ଷ୍ନୌ: “ମୁଁ ଗର୍ଭବତୀ’ ଦୟା କରି ଆପଣ ଏଠି ସିଗାରେଟ୍ ଟାଣନ୍ତୁ ନାହିଁ।” ଟ୍ରେନ୍ରେ ନିଜ ପରିବାର ଲୋକଙ୍କ ସହ ବିହାର ଯାଉଥିବା ଜଣେ ମହିଳା ତାଙ୍କ ପାଖରେ ବସିଥିବା ବ୍ୟକ୍ତିଙ୍କୁ କହିଥିଲେ। ବାସ୍ ଏତିକିରେ ବ୍ୟକ୍ତି ଜଣଙ୍କ ଗର୍ଭବତୀଙ୍କୁ ମାଡ଼ ମାରିବା ସହ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି। ମହିଳା ଜଣଙ୍କ ନାଁ ହେଉଛି ଚିନାତ ଦେବୀ। ସେ ତାଙ୍କ ପରିବାର ଲୋକଙ୍କ ସହ ପଞ୍ଜାବ-ବିହାର ଜାଲିୱାନାୱାଲା ଏକ୍ସପ୍ରେସ୍ରେ ବିହାରରେ ଚାଲିଥିବା ଛଟ୍ ପୂଜା ଦେଖିବାକୁ ଯାଉଥିଲେ।
ଟ୍ରେନ୍ ଭିତରେ ଏବଂ ତା’ ପୁଣି ସର୍ବସାଧାରଣ ସ୍ଥାନରେ ସିଗାରେଟ୍ ଟାଣିବା ଅପରାଧ ହୋଇଥିଲେ ହେଁ ଚିନାତଙ୍କ ପାଖରେ ବସିଥିବା ସୋନୁ ଯାଦବ ନାମକ ଜଣେ ବ୍ୟକ୍ତି ଏହାକୁ ଉଲ୍ଲଙ୍ଘନ କରି ନିଜର ମନମାନି ଚଳାଇଥିଲା। ସେ ସିଗାରେଟ୍ ଟାଣି ଧୂଆଁ ଛାଡ଼ିବାରୁ ଚିନାତ ଏହାକୁ ବିରୋଧ କରିଥିଲେ। ସୋନୁଙ୍କୁ ସେ ବାରମ୍ବାର ଏପରି ନ କରିବା ଅନୁରୋଧ କରିଥିଲେ ହେଁ ସେ ସେଥିପ୍ରତି କର୍ଣ୍ଣପାତ କରି ନଥିଲା। ତେବେ ଚିନାତଙ୍କ ଏଭଳି ବାରମ୍ବାର ଅନୁରୋଧରେ ରାଗି ଯାଇ ପ୍ରଥମେ ସୋନୁ ତାଙ୍କ ସହ ପାଟିତୁଣ୍ଡ କରିଥିଲା। ପରିବାର ଲୋକ ତାକୁ ବିରୋଧ କରିବାରୁ ସୋନୁ ରାଗିଯାଇ ଚିନାତଙ୍କ ତଣ୍ଟଚିପି ହତ୍ୟା କରିଥିଲା। ଏହି ହତ୍ୟା ଘଟଣା ପରେ ଟ୍ରେନ୍ଟି ଉତ୍ତର ପ୍ରଦେଶର ଶାହାଜାହାନପୁର୍ରେ ଅଟକି ଥିଲା।
ଚିନାତଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଜିଆର୍ପି ପୁଲିସ୍ ଅଭିଯୁକ୍ତ ସୋନୁକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
from Odisha Reporter https://ift.tt/2qF6Rms
No comments:
Post a Comment