
ପାଟକୁରା (ମନୋଜ ସ୍ୱାଇଁ): ଆମ୍ବୁଲାନ୍ସକୁ ଫୋନ୍ କରାଗଲା। ରାତି ପାହିଗଲା ହେଲେ ଆସିଲାନି ଆମ୍ବୁଲାନ୍ସ। ଏପଟେ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଠିକ୍ ସମୟରେ ଚିକିତ୍ସା ନପାଇବାରୁ ଆଖି ବୁଜିଦେଲେ। ଏପରି ଅଭିଯୋଗ ଆସିଛି, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଲୁଣିମାଠିଆ ଶବରସାହିରୁ। ମୃତକ ଜଣଙ୍କ ହେଲେ ନଖିଆ ମଲ୍ଲିକ।
ନଖିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ମେଡିକାଲ ନେବା ପାଇଁ ଗତକାଲି ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ଆମ୍ବୁଲାନ୍ସ ରାତିରେ ଆସି ନଥିଲା। ଚିକିତ୍ସା ଅଭାବରୁ ନଖିଆଙ୍କର ଭୋର ପ୍ରାୟ ୪ଟାରେ ମୃତ୍ୟୁ ଘଟିଥିଲା। ପରେ ଆମ୍ବୁଲାନ୍ସ ଆସି ଆଜି ସକାଳ ୮ଟାରେ ପହଞ୍ଚି ଥିଲା।
ଆମ୍ବୁଲାନ୍ସ ସାହିରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ସାହି ଲୋକେ ଆମ୍ବୁଲାନ୍ସ ଆଗରେ ନଖଇଆଙ୍କ ମୃତଦେହ ରଖି ଧାରଣା ଦେଇଥିଲେ।
from Odisha Reporter https://ift.tt/2DdjWL1
No comments:
Post a Comment