ବାସ୍ତୁ ଅନୁସାରେ କେଉଁ ଗଛ କେଉଁଠି ଲଗାଇଲେ ଶୁଭ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 19, 2018

ବାସ୍ତୁ ଅନୁସାରେ କେଉଁ ଗଛ କେଉଁଠି ଲଗାଇଲେ ଶୁଭ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗଛ ଆପଣଙ୍କ ଘରର କେବଳ ସୌନ୍ଦର୍ଯ୍ୟ ବୃଦ୍ଧି କରି ନଥାଏ ଏହା ସହିତ ଜଣେ ବ୍ୟକ୍ତିର ଭାଗ୍ୟ ବଦଳାଇଦେଇପାରେ। ବାସ୍ତୁ ଶାସ୍ତ୍ର ଓ ପୁରାଣ ଅନୁସାରେ, ଗଛକୁ ଶୁଭ ବୋଲି କୁହାଯାଇଥାଏ। ବାସ୍ତୁ ଅନୁସାରେ, କଦଳୀ, ତୁଳସୀ ଓ ଅଁଳା ଗଛ ଘରେ ଲଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ତିନୋଟି ଗଛରେ ଦେବତା ବାସ କରିଥାନ୍ତି ବୋଲି କୁହାଯାଇଥାଏ। ତେଣୁ ଏହି ତିନୋଟି ଗଛକୁ ପୂଜା କଲେ ଅତି ଶୁଭ ବୋଲି କୁହାଯାଇଥାଏ। ତେବେ ଏହି ଗଛ କେଉଁ ଦିଗରେ ଲଗାଇବା ଉଚିତ୍‌ ବୋଲି ସେନେଇ ଉଲ୍ଲେଖ ରହିଛି।

ତୁଳସୀ ଗଛ:ହିନ୍ଦୁ ଧର୍ମ ଅନୁସାରେ, ତୁଳସୀ ଗଛର ବିଶେଷ ଗୁରୁତ୍ୱ ରହିଛି। ପ୍ରତି ଘରେ ଏହି ଗଛକୁ ପୂଜା କରାଯାଇଥାଏ। ଏହି ଗଛକୁ ପୂଜା କଲେ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ବାସ୍ତୁରେ କୁହାଯାଇଛି। ବାସ୍ତୁ ଅନୁସାରେ ତୁଳସୀ ଗଛକୁ ଘରର ପୂର୍ବ ଦିଗ କିମ୍ୱା ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଏପରି କଲେ ଧନ ପ୍ରାପ୍ତି ହୋଇଥାଏ।

କଦଳୀ ଗଛ: କଦଳୀ ଗଛକୁ ହିନ୍ଦୁ ଧର୍ମରେ ପବିତ୍ର ବୋଲି ବିବେଚନା କରାଯାଏ। ପ୍ରତ୍ୟେକ ପୂଜାରେ କଦଳୀ ପତ୍ରକୁ ବ୍ୟବହାର କରାଯିବା ସହିତ କଦଳୀକୁ ଭୋଗ କରାଯାଇଥାଏ। ଘରେ ଏହି ଗଛ ଲଗାଇଲେ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ବାସ୍ତୁ ଅନୁସାରେ ଘରେ କଦଳୀ ଗଛକୁ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ।

ଅଁଳା ଗଛ:ଅଁଳା ଗଛରେ ସବୁ ଦେବଦେବୀ ବାସ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ହିନ୍ଦୁ ଧର୍ମରେ ଅଁଳା ନବମୀ ମଧ୍ୟ ରହିଛି। ଏହି ଗଛକୁ ପୂଜା କଲେ ପାପ କ୍ଷୟ ହୋଇଥାଏ ବୋଲି ମଧ୍ୟ ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ତେଣୁ ଏହି ଗଛକୁ ଘରର ଅଗଣାରେ ଲଗାନ୍ତୁ।

ଦେବଦାରୁ ଗଛ:ଏହି ଗଛକୁ ଅଶୋକ ଗଛ ମଧ୍ୟ କୁହାଯାଇଥାଏ। ଏହି ଗଛକୁ ଘରେ ଲଗାଇଲେ , ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ତେଣୁ ଏହି ଗଛକୁ ଘରର ଉତ୍ତର ଦିଗରେ ଲଗାନ୍ତୁ।

ଅରଖ ଗଛ: ଏହି ଗଛକୁ ଘରେ ଲଗାଇଲେ ଅଚାନକ ଧନ ପ୍ରାପ୍ତି ହୋଇଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହି ଗଛର ଫୁଲକୁ ଭଗବାନ ଶିବଙ୍କ ପାଖରେ ଅର୍ପଣ କରାଯାଇଥାଏ। ଯଦି ଆପଣ ଏହି ଗଛ ଘରେ ଲଗାଉଛନ୍ତି, ତେବେ ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ। ଏହି ଗଛ ଘରେ ଲଗାଇଲେ ଆପଣଙ୍କର ଶତ୍ରୁ ଦୂର ହୋଇଥାନ୍ତି ଏବଂ ଆପଣଙ୍କ ଜୀବନସାଥୀ ସହିତ ପ୍ରେମ ସମ୍ପର୍କ ମଧ୍ୟ ବୃଦ୍ଧି ପାଇଥାଏ।



from Odisha Reporter https://ift.tt/2Kfx9EI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages