
ଅନୁଗୋଳ (ବିରଜା ଦାଶ): ମଧ୍ୟପ୍ରଦେଶର ‘କାହ୍ନା’ରୁ ସାତକୋଶିଆ ଅଭୟାରଣ୍ୟ ଆସିଥିବା ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟିବା ପରେ ଏହା ପଛର କାରଣ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା। ଏହା ଉପରୁ ଆଜି ପର୍ଦ୍ଦା ହଟିଛି। ଝିଙ୍କ ଓ ବାର୍ହା ଗିଳି ଥିବାରୁ ‘ମହାବୀର’ର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହି ତଥ୍ୟ ମିଳିଛି।
ସାତକୋଶିଆ ପରିବେଶ ସହିତ ‘ମହାବୀର’ ଖାପ୍ ଖାଇଯାଇଥିଲା। ଅଭୟାରଣ୍ୟର କୋର୍ ଅଞ୍ଚଳରେ ସ୍ଥାନୀୟ ବାଘୁଣୀ ସହିତ ରହୁଥିଲା। ଅତି ସହଜରେ ଶିକାର ମଧ୍ୟ କରିପାରୁଥିଲା। ସେ କେବେ ବି ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁକୁ ଆସୁନଥିଲା। ତେବେ ଗତ ୧୪ ତାରିଖରେ ମହାବୀର’ର ମୃତ୍ୟୁ ହୋଇଥିଲା। ରାଇଗୋଡ଼ାରୁ ନୂଆଗଡ଼ ରାସ୍ତାର ୫୦୦ ମିଟର ଦୂରରେ ପଡ଼ିଥିଲା ବାଘର ମୃତଦେହ। ‘ମହାବୀର’ ଶିକାର କରି ଝିଙ୍କ ଓ ବାର୍ହା ଖାଇଥିଲା। ଯେଉଁଥିପାଇଁ ତା’ (ମହାବୀର) ଗଳାରେ କ୍ଷତ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଘା’ ସଂକ୍ରମିତ ହୋଇଥିଲା। ଯାହାଫଳରେ ତା’ର ଅଙ୍ଗ ଅକାମୀ ହୋଇପଡ଼ି ଥିଲା ଏବଂ ଏହି କାରଣରୁ ମହାବୀର ମୃତ୍ୟୁ ହୋଇଥିବା କୁହାଯାଉଛି।
ସାତକୋଶିଆର ଫିଲ୍ଡ ନିର୍ଦ୍ଦେଶକ ସୁଦର୍ଶନ ପଣ୍ଡା କହିଛନ୍ତି-“ମୃତ ମହାବଳ ବାଘ ପାକସ୍ଥଳିରୁ ମିଳିଛି ୮ରୁ ୧୦ଟି ଝିଙ୍କ କାଠି ଓ ବାର୍ହା ଲୋମ। ମହାବୀର ବେକରେ ହୋଇଥିବା ଘା’ରୁ କିଛି ଲୁହା ତାର ମିଳିନାହିଁ। ବର୍ତ୍ତମାନ ବାଘୁଣୀ ‘ସୁନ୍ଦରୀ’ ଅବସ୍ଥା ଭଲ ରହିଛି।”
from Odisha Reporter https://ift.tt/2BgjsCE
No comments:
Post a Comment