ଚର୍ଚ୍ଚାରେ ମନ୍ତ୍ରୀପୁଅଙ୍କ ଗେଷ୍ଟ ହାଉସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

ଚର୍ଚ୍ଚାରେ ମନ୍ତ୍ରୀପୁଅଙ୍କ ଗେଷ୍ଟ ହାଉସ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀର ଗୋଟିଏ କୋଣରେ ଗତ କିଛିବର୍ଷ ତଳେ ଗଢ଼ି ଉଠିଥିବା ଟାଉନଶିପରେ ଥିବା ଜଣେ ମନ୍ତ୍ରୀଙ୍କ ପୁଅଙ୍କ ଗେଷ୍ଟ ହାଉସ୍ ଏବେ ଚର୍ଚ୍ଚାରେ।

ଶୁଣିବାକୁ ମିଳୁଛି, ମନ୍ତ୍ରୀଙ୍କ ପୁଅ କୁଆଡ଼େ ଏହି ୩ମହଲା ବିଶିଷ୍ଟ କୋଠାକୁ ପ୍ରଥମେ ତାଙ୍କର ଜଣେ ସମ୍ପର୍କୀୟ କିଣିଥିଲେ। ପରେ ତାର ମାଲିକାନା ନିଜ ନାଁରେ ପରିବର୍ତ୍ତନ କରିଥିଲେ ମଧ୍ୟ ଗତ ପ୍ରାୟ ଦୁଇ ବର୍ଷ ହେବ ଅନ୍ୟଜଣେ ସମ୍ପର୍କୀୟଙ୍କୁ ବିକ୍ରି କରିଛନ୍ତି। ପ୍ରାୟ ୩ହଜାର ବର୍ଗଫୁଟର ଏହି କୋଠାରେ କୁଆଡ଼େ ଗତ ପ୍ରାୟ ଏକ ଦଶନ୍ଧି ହେବ କେହି ରହି ନାହାନ୍ତି। କେବଳ ମନ୍ତ୍ରୀଙ୍କ ପୁଅଙ୍କ କିଛି ଜଣେ-ଦୁଇଜଣ ଖାସ୍ ଅନୁଗତଙ୍କୁ ଏଠାରେ ସବୁସମୟରେ ଦେଖିବାକୁ ମିଳିଥାଏ। ସେହି ଅନୁଗତଙ୍କ ମାଧ୍ୟମରେ ଏହି କୋଠାର ରକ୍ଷଣାବେକ୍ଷଣ ଓ ବିଭିନ୍ନ କାର୍ଯ୍ୟ ଚାଲିଛି।

ଚର୍ଚ୍ଚା ହେଉଛି, ମନ୍ତ୍ରୀଙ୍କ ପୁଅ କୁଆଡ଼େ ଯେବେଠୁ ଏହି କୋଠାକୁ ଅନ୍ୟକୁ ବିକ୍ରି କରି ଦେଇଥିଲେ ସେବେଠୁ ତାଙ୍କୁ ଆଉ ସେଠାରେ ଦେଖିବାକୁ ମିଳୁନଥିଲା। କିନ୍ତୁ ଏଇ ଗଲା କିଛିମାସ ହେବ କୁଆଡ଼େ ଏହି କୋଠାକୁ ପୁଣିଥରେ ଗେଷ୍ଟ ହାଉସର ରୂପ ଦିଆଯାଇଛି ଓ ମନ୍ତ୍ରୀଙ୍କ ପୁଅଙ୍କୁ ପ୍ରତି ସପ୍ତାହରେ ଏଠାରେ ଥରେ-ଦୁଇଥର ଦେଖିବାକୁ ମିଳୁଛି।ଏହି କୋଠା ଆଗରେ ମଧ୍ୟ ଏହା ଏକ କମ୍ପାନୀର ଗେଷ୍ଟହାଉସ୍ ବୋଲି ଉଲ୍ଲେଖ ଅଛି।

ଚର୍ଚ୍ଚା ହେଉଛି, ଏହି ଗେଷ୍ଟ ହାଉସରେ ବିଭିନ୍ନ ପ୍ରକାରର ଅନୈତିକ କାର୍ଯ୍ୟ ଚାଲିଛି। ତା’ପୁଣି ସ୍ଥାନୀୟ ପୁଲିସର ଜାଣତରେ। ଏହି କୋଠାକୁ ସବୁବେଳେ ବିଭିନ୍ନ ଯୁବତୀଙ୍କ ଯିବାଆସିବାକୁ ଦେଖି ସ୍ଥାନୀୟ ଲୋକମାନେ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବା ସନ୍ଦେହ କରି ଗତ କିଛିମାସ ତଳେ ପୁଲିସକୁ ଏକଥା ଜଣାଇଥିଲେ। କିନ୍ତୁ ପୁଲିସ ସେଠାକୁ ଯାଇ “ଏଠି ସେମିତି କିଛି ଚାଲୁନି” ବୋଲି ସାର୍ଟିଫିକେଟ୍ ଦେଇ ଫେରିଥିଲା।

ଏବେ କୁଆଡ଼େ ସେହି ଗେଷ୍ଟ ହାଉସରେ କିଛି ନିର୍ଦ୍ଦିଷ୍ଟ ରାଜନେତା ଓ ଅଫିସରଙ୍କ ଭିଡ଼ ଜମୁଛି। ବିଶେଷକରି ଦଶହରା ପୂଜା ପରଠୁ କୁଆଡ଼େ ଏହି ଗେଷ୍ଟ ହାଉସକୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହ ଜଡ଼ିତ ରାଜନେତା ଓ ଜଣେ ଏସିପି ପାହ୍ୟାର ଅଧିକାରୀ କୁଆଡ଼େ ନିୟମିତ ଯାତାୟାତ କରୁଛନ୍ତି ବୋଲି ଚର୍ଚ୍ଚା।



from Odisha Reporter https://ift.tt/2F6WbHj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages