‘ସରାଇଅସିସ୍‌’ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 5, 2018

‘ସରାଇଅସିସ୍‌’ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

soriasis

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରାଇଅସିସ୍‌ ହେଉଛି ଏକ ପ୍ରକାର ଚର୍ମ ରୋଗ। ଏହା ଏକ ତ୍ୱଚା ସମ୍ପର୍କିତ ସମସ୍ୟା, ଯାହା ଇମ୍ୟୁନି ସିଷ୍ଟମ୍‌ ଠିକ୍‌ ଭାବେ କାମ ନ କରିବା କାରଣରୁ ହୋଇଥାଏ। ‘ସରାଇଅସିସ୍‌’ ଅନେକ କାରଣରୁ ହୋଇଥାଏ। ଯେମିତି କି ଜୀବ ଜନ୍ତୁ କମୁଡ଼ିବା, ଥକା ପଣ ଓ ଉଚ୍ଚ ରକ୍ତ ଚାପ ଏହି ରୋଗର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ। ‘ସରାଇଅସିସ୍‌’ ଯୋଗୁ ତ୍ୱଚା ମଳିନ ପଡ଼ିବା ଓ କୁଣ୍ଡାଇ ହେବା ସହ ଲାଲ୍‌ ମଧ୍ୟ ପଡ଼ିଯାଏ।  କିଛି ଲୋକ ଏହି ସମସ୍ୟାକୁ ଦୂର କରିବା ପାଇଁ ନିୟମିତ ଔଷଧ ବ୍ୟବହାର କରୁଥିଲେ ମଧ୍ୟ ଏଥିରୁ ସୁଫଳ ପାଇ ନ ଥା’ନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର କହିବୁ, ଯାହା ଏହି ରୋଗକୁ ଦୂରେଇ ଦେବ। ଏହି ସବୁ ଘରୋଇ ଉପଚାର ଆପଣଙ୍କ ତ୍ୱଚାର କୌଣସି କ୍ଷତି କରିବାର ଆଶଙ୍କା ନାହିଁ।

‘ସରାଇଅସିସ୍‌’ରୁ ଆରୋଗ୍ୟ ପାଇଁ କିଛି ଘରୋଇ ଉପଚାର ସମ୍ପର୍କରେ ଏବେ ଆସନ୍ତୁ ଜାଣିବା।

ଗରମ ପାଣିରେ ଗାଧୁଆନ୍ତୁ: ଅଳ୍ପ ଗରମ ହୋଇଥିବା ପାଣିରେ ଗାଧୋଇଲେ ଦେହ କୁଣ୍ଡାଇ ହେବା କମିଯାଇଥାଏ। ଉଷୁମ ପାଣିରେ ଲୁଣ ସହ ମିନେରାଲ୍‌ ଅଏଲ୍‌ ମିଶାଇ ଗାଧୋଇବା ଭଲ। ଏହା ତ୍ୱଚାକୁ ଆରାମ୍‌ ଦେଇଥାଏ  ଓ କୁଣ୍ଡାଇ ହେବା ଭଳି ସମସ୍ୟା ଦୂର କରିଥାଏ। ଏହା ଛଡ଼ା ଗାଧୋଇବା ସଙ୍ଗେ ସଙ୍ଗେ ମସ୍ଚରାଇଜର ବ୍ୟବହାର ମଧ୍ୟ କରନ୍ତୁ।

ଭିଟାମିନ୍‌ଯୁକ୍ତ ଖାଦ୍ୟ ଖା’ନ୍ତୁ: ସ୍ୱାସ୍ଥ୍ୟକର ଓ ଭିଟାମିନ୍‌ଯୁକ୍ତ ଖାଦ୍ୟ ‘ସରାଇଅସିସ୍‌’ ଆକ୍ରାନ୍ତଙ୍କ ପାଇଁ ଉପକାରୀ। ବାଦାମ୍‌ ଓ ମାଛ ଭଳି ଖାଦ୍ୟ ଖା’ନ୍ତୁ। ଏହି ସବୁ ଖାଦ୍ୟ ‘ସରାଇଅସିସ୍‌’ ଲକ୍ଷଣକୁ ହ୍ରାସ କରେ।

ହଳଦୀ: ହଳଦୀରେ ଆଣ୍ଟି ଇଫ୍‌ଲେମେଟ୍ରୀ ଗୁଣ ରହିଛି। ଏହା ତ୍ୱଚାର କୋଶିକାଗୁଡ଼ିକୁ ଡ୍ୟାମେଜ୍‌ ହେବାରୁ ବଞ୍ଚାଇଥାଏ। ଏହା ଛଡ଼ା ‘ସରାଇଅସିସ୍‌’ ଲକ୍ଷଣକୁ ବି କମ୍‌ କରିଥାଏ।  ହଳଦୀକୁ ପାଣିରେ ମିଶାଇ ପେଷ୍ଟ୍‌ ବନାନ୍ତୁ। ଏହି ପେଷ୍ଟ୍‌କୁ ୫ରୁ ୧୦ ମିନିଟ୍‌ ଗରମ୍‌ କରନ୍ତୁ। ସେହି ପେଷ୍ଟ୍‌କୁ ପ୍ରତିଦିନ ଶୋଇବା ପୂର୍ବରୁ ଶରୀରର ଆକ୍ରାନ୍ତ ସ୍ଥାନରେ ଲଗାନ୍ତୁ। ଦେଖିବେ, ସୁଫଳ ପାଇବେ।



from Odisha Reporter https://ift.tt/2JG1UCg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages