
ନୂଆଦିଲ୍ଲୀ: ୨୫ ବର୍ଷରେ ପହଞ୍ଚିଥିବା ବା ୨୫ ବର୍ଷ ଟପିସାରିଥିବା ମେଡିକାଲ୍ ଆଶାୟୀଙ୍କ ପାଇଁ ଖୁସି ଖବର। ଏବେ ସେମାନେ ମଧ୍ୟ ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (NEET)ରେ ଭାଗ ନେଇପାରିବେ।
ଏହି ପରୀକ୍ଷାର ପାଇଁ ଆବେଦନର ଅବଧି ସପ୍ତାହେ ବଢ଼ାଇବାପାଇଁ ଜାତୀୟ ପରୀକ୍ଷା ନିୟାମକକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଫଳରେ ୨୫ ଟପିଯାଇଥିବା ଆଶାୟୀ ମଧ୍ୟ ପରୀକ୍ଷାରେ ଭାଗ ନେଇପାରିବେ।
କିନ୍ତୁ ସେମାନଙ୍କ ଆଡ୍ମିଶନ୍ ଚୂଡ଼ାନ୍ତ ଶୁଣାଣି ପରେ ଯାଇ ହୋଇପାରିବ। ବର୍ତ୍ତମାନ ୨୫ ବର୍ଷ ବୟସକୁ ନେଇ ରହିଥିବା କଟକଣା ବିରୋଧରେ ହୋଇଥିବା ଆବେଦନର ଶୁଣାଣି ଅବସରରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ସୂଚନା ଦେଇଛନ୍ତି।
ପ୍ରଥମେ ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ ହୋଇଥିଲା ଏବଂ ପରେ ଏହାକୁ ଦିଲ୍ଲୀ ହାଇକୋର୍ଟ ନାକଚ କରିବାରୁ ଏହା ବିରୋଧରେ ଆବେଦନକାରୀମାନେ ସୁପ୍ରିମ୍କୋର୍ଟ ଦ୍ୱାରସ୍ଥ ହୋଇଥିଲେ। ଏହା ପୂର୍ବରୁ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା ୩୦ ବର୍ଷ ରହିଛି। ଏହା ଅଣ୍ଡର ଗ୍ରାଜୁଏଟ୍ ମେଡିକାଲ, ଏମ୍ବିବିଏସ୍ ଏବଂ ବିଡିଏସ୍ ପାଇଁ ଲାଗୁ ହେଉଛି।
from Odisha Reporter https://ift.tt/2Aw1wlU
No comments:
Post a Comment